ଆର୍ଟ ଅଫ୍ ଗୀଭିଙ୍ଗ ଦ୍ଵାରା ବିଶ୍ଵ ଭ୍ରାତୃତ୍ୱ ସ୍ରୁଷ୍ଟି l ରଘୁନାଥପୁର(ନି.ପ୍ର): ଦୁନିଆରେ ଆଉ ଭାତୃତ୍ବ ଭାବ ନାହିଁ କି ଭାଇଚାରା ସ୍ରୁଷ୍ଟି ହୋଇପାରୁନି ଯେଉଁଥିପାଇଁ ଆଜି ସ୍ରୁଷ୍ଟି ହୋଇଛି ଆର୍ଟ ଅଫ୍ ଗୀଭିଙ୍ଗ କାର୍ଯ୍ୟକ୍ରମ। ଏହା ଦ୍ଵାରା ବିଶ୍ଵ ଭ୍ରାତୃତ୍ୱ ସ୍ରୁଷ୍ଟି ହେବା ସହ ବିଶ୍ଵ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ଓ ଲୋକ ମାନଙ୍କ ପାଖରେ ଶାନ୍ତି, ଶୃଙ୍ଖଳା ଜାଗ୍ରତ ହେବ। ଏହି କାର୍ଯ୍ୟକ୍ରମ ସବୁକୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି l ଯାହାର ଝଲକ ଦେଖିବାକୁ ମିଳିଥିଲା ରଘୁନାଥପୁର ବଜାର ନିକଟସ୍ଥ କଣ୍ଟୁଆର କଞ୍ଚନେଇ ମନ୍ଦିର ପ୍ରାଙ୍ଗଣରେ, ଏହି ଦିବସରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଯୋଗଦେଇ ଥିବା ବେଳେ ଏଥିରେ ସମ୍ମାନିତ ଅତିଥି ଭାବେ ଆସ୍ଥା ଫାଉଣ୍ଡେସନର ମୁଖ୍ୟ ତଥା ବୁଦ୍ଧିଜିବୀ କିଶୋର ଚନ୍ଦ୍ର ମୂଦୁଲି ଯୋଗଦେଇ ଦାନଶୀଳତା ଆର୍ଟ ଅଫ୍ ଗୀଭିଙ୍ଗ ର ଅଂଶ ଓ ଆତ୍ମା ବୋଲି କହିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ କଲରାବାଙ୍କ କିମ୍ସ ରୁରାଲ ହସ୍ପିଟାଲର ମୁଖ୍ୟ ଡଃ ଭାସ୍ବତକାନ୍ତି ସେନଗୁପ୍ତା, ଶିଶୁ ରୋଗ ବିଶେଷଜ୍ଞ ଡଃ ରାଜକିଶୋର ବରାଳ, ଦୁର୍ଗା ଚରଣ ସାମନ୍ତ, ଅନାଦି ସିଂ, ଜଗନ୍ନାଥ ଦାସ, ବାସୁଦେବ ବାରିକ ପ୍ରମୁଖ ଯୋଗଦେଇ ଗତ ୨୦୧୩ ମସିହାରୁ ଡ. ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରl ପ୍ରତିଷ୍ଠା ହୋଇଥିବା ଆର୍ଟ ଅଫ୍ ଗୀଭିଂ ଦ୍ଵାରା ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିଛି ଏବଂ ଯୁଗେ ଯୁଗେ ବହୁ ମହାନ୍ ବ୍ୟକ୍ତି ବି ଏଥିରେ ସାମିଲ ହୋଇଛନ୍ତି। କିମ୍ସ ରୁରାଲ ହସ୍ପିଟାଲର ପରିଚାଳନା ମୁଖ୍ୟ ବାନାମ୍ବର ଜେନାଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିନ ଚନ୍ଦ୍ର ପୌରହିତ୍ୟ କରିଥିଲା ବେଳେ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଉପସ୍ଥିତ ଶତାଧିକ ଲୋକ ମାନଙ୍କୁ ସଂଗଠନ ପକ୍ଷରୁ ଉନ୍ନତମାନର ଆମ୍ବ ଚାରା ପ୍ରଦାନ କରାଯାଇଥିଲା ଓ ବୃକ୍ଷ ଗୁଡିକ ଲାଳନ ପାଳନ କରି ବଞ୍ଚାଇ ରଖିବାକୁ ପରାମର୍ଶ ଦିଆଯାଇଥିଲା।
