ଅଟୋରିକ୍ସା ମାଲିକ ସଂଘ ର ସଭାପତି ହେଲେ ସର୍ଦାର ପ୍ରୀତମ ସିଂ ଏବଂ ସମ୍ପାଦକ ସୁଦର୍ଶନ ସ୍ୱାଇଁ
ବରଗଡ:୧୭/୦୫(ନି ପ୍ର )
ବରଗଡ ଜିଲ୍ଲା ଅଟୋରିକ୍ସା ମାଲିକ ସଂଘ ତରଫରୁ ଆଜି ରବିବାର ଦିନ ସନ୍ଧ୍ୟାରେ ୩୫୦ ରୁ ଉର୍ଦ୍ଧ ବରଗଡ ନିଶାମଣି ପଡିଆ ଠାରେ କାର୍ଯ୍ୟକର୍ତ୍ତା ମନୋନୀତ କରାଯାଇଥିଲା ଏହି ଅବସରରେ ସଭାପତି ଭାବେ ସର୍ଦାର ପ୍ରୀତମ ସିଂ, ଉପସଭାପତି ଭାବରେ ଜୁଗୁନୁ ଏବଂ ବୃନ୍ଦାବନ ବେହେରା, ସାଧାରଣ ସମ୍ପାଦକ ଭାବେ ସୁଦର୍ଶନ ସ୍ୱାଇଁ, ସହ -, ସମ୍ପାଦକ ଭାବରେ ସାରଥୀ ମେହେର ଏବଂ କୋଷାଧ୍ୟକ୍ଷ ଭାବେ ଜୟ ତାଣ୍ଡି ଏବଂ ଆଇନ ପରାମର୍ଶ ଦାତା ଭାବରେ ଆଇନଜୀଵୀ ଆଶୁତୋଷ ରଥ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଏହା ସହିତ କୋର କମିଟିରେ ତିନି ଜଣ ପ୍ରମୁଖ ସଦସ୍ୟ – ଶ୍ରୀ ତରଣୀ ସୁରଜାଲ, ସପ୍ତରଥି ମିଶ୍ର ଓ ରାଜେଶ ମୁରଜାନୀଙ୍କୁ ମନୋନୀତ କରାଗଲା। 12ଟି ଷ୍ଟାଣ୍ଡ ପ୍ରମୁଖ ମାନଙ୍କୁ ମଧ୍ୟ ବଛା ଗଲା। ସଭାପତି ଶ୍ରୀ ସିଂହ ସମସ୍ତଙ୍କୁ ସକ୍ରିୟ,ନିଃସ୍ୱାର୍ଥ ଏବଂ କର୍ମଠ ସହ ନିଜ ନିଜ ଦାଇତ୍ୱ ତୁଲାଇବା ପାଇଁ ଅନୁରୋଧ କରିଥିଲେ। ଆସନ୍ତା ଜୁନ ମାସରେ ବାର୍ଷିକ ଉତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଗଲା।ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ ହୋଇଥିଲା।
