ଭବାନୀପାଟଣା ଦ୍ୱାରା ୮ ଦିନିଆ ସମର କ୍ୟାମ୍ପର ଆୟୋଜନ କରାଯାଇଥିଲା ।
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଏହି କ୍ୟାମ୍ପ ୧୦ ମେରୁ ଆରମ୍ଭ ହୋଇ ୧୭ ମେ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୩୦ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ ।
କ୍ୟାମ୍ପରେ ଶିଶୁମାନଙ୍କ ପାଇଁ ମନ୍ତ୍ର ଜପ, ଯୋଗ, ଆର୍ଟ ଏଣ୍ଡ କ୍ରାଫ୍ଟ, ବ୍ରେନ ବୁଷ୍ଟିଂ କ୍ଲାସ, ଫାୟରଲେସ କୁକିଂ, ଡାନ୍ସ ଇତ୍ୟାଦି କାର୍ୟକ୍ରମ ଆୟୋଜିତ ହୋଇଥିଲା । ଏହା ସହ ଏକ ଦିନ ପୁଲ ପାର୍ଟିରେ ଶିଶୁମାନେ ବହୁତ ଆନନ୍ଦ କରିଥିଲେ ।
ସମସ୍ତ ଅଭିଭାବକ ଏହି କ୍ୟାମ୍ପକୁ ନେଇ ବହୁତ ଖୁସି ପ୍ରକାଶ କରିଥିଲେ । ଏହି କାର୍ୟକ୍ରମରେ ସମିତି ଅଧ୍ୟକ୍ଷା ରେଖା ଚୌଧୁରୀ, ଅଞ୍ଚଳ ପ୍ରମୁଖ ଅନୀତା ଅଗ୍ରୱାଲ, ବାଳ ବିକାଶ ପ୍ରମୁଖ କବିତା ଖେତାନଙ୍କ ସହ ସୋନମ ଅଗ୍ରୱାଲ, ଜ୍ୟୋତି ଖେମକା, ରାଶି ଅଗ୍ରୱାଲ, ମୁସ୍କାନ ଚୌଧୁରୀ, ତନୁଶ୍ରୀ ବେହେରା, ନେହା ଅଗ୍ରୱାଲ, ରିଙ୍କଲ ଅଗ୍ରୱାଲ ଏବଂ ସମିତିର ଅନ୍ୟାନ୍ୟ ଭଉଣୀମାନେ ସହଯୋଗ କରିଥିଲେ ।
ଶେଷ ଦିନ ଶିଶୁମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଏବଂ କିଛି ବିଜେତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଅନ୍ତିମ ଦିନରେ ଆମ ପଞ୍ଚାୟତ ସମିତି ଯୁବ ମଞ୍ଚ ଏବଂ ଜାଗୃତି ଶାଖାକୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା ।
ସମଗ୍ର ସମର କ୍ୟାମ୍ପଟି ବହୁତ ସଫଳ ଏବଂ ଆନନ୍ଦମୟ ରହିଥିଲା ।
