ସୋରରେ କେବ ଖୋଲିବ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ !
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)-:: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁମୋଦିତ କ୍ରମେ ସୋର ଠାର ଗ୍ରାମ୍ୟ ନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୋଲିବା ପାଇଁ ସରକାରୀ ଭାବେ ବିଧିବଦ୍ଧ ବିଜ୍ଞପ୍ତି ଜାରୀ କରାଯାଇଥିଲା। ମାତ୍ର ଦୀର୍ଘ ୪ ମାସ ବିତିଯାଇଥିଲେ ସୁଦ୍ଧା ଏ ପଯ୍ୟନ୍ତ ଏହାର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ। ସୋର, ବାହାନଗା, ସିମୁଳିଆ ଏବଂ ଖଇରାକୁ ନେଇ ଏହି ଚାରୋଟି ବ୍ଲକର ମଧ୍ୟ ସ୍ଥଳ ସୋର ଠାର ଏହାର କାର୍ଯ୍ୟ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇ ବିଜ୍ଞପ୍ତି ପ୍ରକାଶ ପାଇ ଥିଲା। ଏହା ଫଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବା ସହିତ ଅଯଥାରେ ବାଲେଶ୍ୱରକୁ ଲୋକମାନଙ୍କୁ ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡ଼ିବ ନାହିଁ। ମାତ୍ର ଏ ପର୍ଯ୍ୟନ୍ତ ଉଚ୍ଚ ଅଧିକାରୀମାନଙ୍କ ତତ୍ପରତାର ଅଭାବରୁ ଏହି ସରକାରୀ ଘୋଷଣା ଶୀତଳ ଭଣ୍ଡାରରେ ପଡ଼ି ରହିଥିବା ବେଳ କାର୍ଯ୍ୟ ଆରମ୍ଭ ହୋଇ ନଥିବା ଅଭେିଯାଗ ହୋଇଛି। ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କେବ ହେବ ସେ ନେଇ ସଠିକ୍ ଉତ୍ତର ଦେଉ ନାହାଁନ୍ତି। ଏହାକୁ ତୁରନ୍ତ କାଯ୍ୟର୍କାରୀ କରିବା ପାଇଁ ସୋର ଜନସାଧାରଣଙ୍କ ତରଫରୁ ଦାବି କରାଯାଇଛି।
