ପେଟ୍ରୋଲ କଳା ବଜାରି ପାଇଁ ଚେଷ୍ଟା ହେଲା, ବିଫଳ।
ଗଜପତି (ଟିକି ଲିମା)
ସରକାର ବଦଳିଲା, ବଦଳିଲେ ନେତା ଓ ମନ୍ତ୍ରୀ , ମାଳ ମାଳ ଯୋଜନା ହେଲା କିନ୍ତୁ ଯୋଜନାର ସଫଳ ରୁପାୟନ ହେଲା ନାହିଁ କି ଲୋକଙ୍କ ସନସ୍ୟା ଦୂର ହେଲା ନାହିଁ। ଲୋକଙ୍କ ବିକାଶ ପାଇଁ ଲମ୍ବା ଲମ୍ବା ଭାଷଣ ମାରିଲେ ନେତା ଓ ମନ୍ତ୍ରୀ। କିନ୍ତୁ ଦୂର ହେଲା ନାହିଁ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଦୂର ହେଲା ନାହିଁ ସେହି ଲୋକଙ୍କ ସମସ୍ୟା। ବିଶ୍ଵ କୂଟନୀତିରେ ତାଳମେଳ ରହୁନଥିବା ହେତୁ ଡବଲ ଇଞ୍ଜିନ ସରକାରରେ କେତେ ବେଳେ ପେଟ୍ରୋଲ ପାଇଁ କଲବଲ ତ ଆଉ କେତେ ବେଳେ ଡିଜେଲ୍ ପାଇଁ କଲ ବଲ ହେଉଛନ୍ତି ଜନତା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜୟା ସିନେମା ହଲ ନିକଟସ୍ଥ ଇଣ୍ଡିଆନ ଅଇଲ୍ ପେଟ୍ରୋଲ ପମ୍ପରେ ଶୁକ୍ରବାର ସନ୍ଧ୍ୟା ସମୟରେ ପେଟ୍ରୋଲ ମହଜୁତ ନାହିଁ ବୋଲି ପେଟ୍ରୋଲ ପମ୍ପ ବନ୍ଦ କରିଦିଆ ଯାଇଥିଲା, ଯାହା ଫଳରେ ଶହ ଶହ ଗାଡି ଚାଳକ ପେଟ୍ରୋଲ ପାଇବା ପାଇଁ ହଇରାଣ ହେଉଥିଲେ । କିନ୍ତୁ କିଛି ଗଣ ମାଧ୍ୟମ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଗଚ୍ଛିତ ଥିବା ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହା ପରେ ଜିଲ୍ଲା ଯୋଗାଣ ଅଧିକାରୀ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅବଗତ କରାଇବା ପରେ ପେଟ୍ରୋଲ ପମ୍ପଟି ଖଲା ଯାଇଥିଲା। ପେଟ୍ରୋଲ ପମ୍ପରେ ପେଟ୍ରୋଲ ଗଚ୍ଛିତ ଥିଲେ କେଉଁ କାରଣରୁ , କାହା ସ୍ବାର୍ଥରୁ ପେଟ୍ରୋଲ ପମ୍ପଟିକୁ ବନ୍ଦ କରାଯାଇ ଲୋକଙ୍କୁ ହୋଇରାଣ କରାଯାଇଥିଲା ବୋଲି ଅନେକ ଗାଡି ଚାଳକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ? ପ୍ରଶ୍ନ ଉଠୁଛି ପେଟ୍ରୋଲ କର୍ମଚାରୀ କଲା ବଜାରି ପାଇଁ ଏଭଳି ନୀତି ଆପଣେଇଛନ୍ତି ନା ସରକାରଙ୍କୁ ବଦନାମ୍ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟ କରିଛନ୍ତି ? ତଦନ୍ତ କଲେ ବାସ୍ତବ ବିଷୟ ଲୋକ ଲୋଚନକୁ ଆସିବ ବୋଲି ଆଶା କରାଯାଉଛି।
