*ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ତାଳଚେର ଗସ୍ତ*
(*କୋଇଲା ଖଣି କ୍ଷତିଗ୍ରସ୍ତ ଙ୍କ ଅଭିଯୋଗ ଶୁଣି ସମାଧାନ ପାଇଁ ଏମସିଏଲ ସିଏମଡି ଙ୍କ ସହ କଥାହେଲେ*)
(*ତାଳଚେର ବିଜେପି ରେଳ ମଣ୍ଡଳ ର ସାଙ୍ଗଠନିକ ବୈଠକ ରେ ଯୋଗଦେଲେ*)
ତାଳଚେର :(ନି ପ୍ର )ତା 16/05/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଶନିବାର ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି |ତାଳଚେର ଡେରା ଠାରେ ସାଂସଦ ଶ୍ରୀ ପାଣି ପହଂଚିବା ପରେ ତାଙ୍କୁ ଉତ୍ସର୍ଗୀକୃତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା |ବିଜେପି ରେଳ ମଣ୍ଡଳ ର ସଭାପତି ସନ୍ତୋଷ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକ ରେ ସାଂସଦ ଶ୍ରୀ ପାଣି ଯୋଗଦେଇ ବୁଥ ସ୍ତରରେ ତଥା ୱାର୍ଡ ସ୍ତରରେ କମିଟି ଗଠନ କରି ବିଜେପି କୁ ମଜବୁତ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଓ ଯୋଜନା ଘରେ ଘରେ ପହଞ୍ଚାଇବା ଉପରେ କାର୍ଯ୍ୟକର୍ତା ଙ୍କୁ ପରାମର୍ଶ ଦେଇଥିଲେ |ବିଭିନ୍ନ ଗ୍ରାମରୁ ଆସିଥିବା କୋଇଲା ଖଣି କ୍ଷତିଗ୍ରସ୍ତ ଲୋକଙ୍କର ନିଯୁକ୍ତି ଓ ଥଇଥାନ ସମସ୍ୟାକୁ ଶୁଣି ଏମସିଏଲର ସିଏମଡି ଏବଂ ଅନ୍ୟାନ୍ୟ ଅଧିକାରୀ ଙ୍କୁ ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ |ଏନଟିପିସି ର କ୍ଷତିଗ୍ରସ୍ତ ପ୍ରଜାଙ୍କର ସମସ୍ୟା ଶୁଣି ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ କହିଥିଲେ |ବନରପାଳ ଠାରୁ ଗୋଡ଼ିବନ୍ଧ ପର୍ଯ୍ୟନ୍ତ ଚାରି ଲାଇନ ଜାତୀୟ ରାଜପଥ କାର୍ଯ୍ୟ ଉପରେ ସମୀକ୍ଷା କରି ତ୍ୱରିତ ଭାବେ କାର୍ଯ୍ୟ କରିବାକୁ ଜାତୀୟ ରାଜପଥ ଅଧିକାରୀ ଆର ଓ ଏବଂ ପିଡି ଙ୍କୁ ପରାମର୍ଶ ଦେଇଥିଲେ |ଲୋକଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ,ତହସିଲଦାର, ଓ ବିଡ଼ିଓ ଙ୍କ ସହ ଫୋନଯୋଗେ କଥା ହୋଇଥିଲେ |ବିଜେପି କଣ୍ଢାଳ ପଂଚାୟତ ପ୍ରମୁଖ ଅମିତ କୁମାର ଦାସ ଙ୍କର ପଂଚାୟତ ର ରାସ୍ତା ର ଉର୍ନ୍ନତି କରଣ ସମ୍ବଳିତ ଜନସାଧାରଣ ଙ୍କର ଅଭିଯୋଗ କୁ ଗୁରୁତ୍ୱ ର ସହ ନେଇ ଡ଼ିଏମଏଫ ଫଣ୍ଡ ରୁ ରାସ୍ତା କାର୍ଯ୍ୟ କରାଯିବା କୁ ନେଇ ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଜଣାଇଥିଲେ |
ସାଂସଦ ଙ୍କ ସହ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଓ ବିଧାନସଭା ସଂଯୋଜକ ରତ୍ନାକର ସାହୁ ଉପସ୍ଥିତ ଥିଲେ | ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପାଦକ ବୃନ୍ଦାବନ ବେହେରା, ବରିଷ୍ଠ ନେତା ବରୁଣ ସାହୁ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁ ବେହେରା, ମଣ୍ଡଳ ସଭାପତି ମାନସ ରଞ୍ଜନ ସାହୁ, ଅଜୟ ସାହୁ,ଓ ସନ୍ତୋଷ ମହାନ୍ତି, ସରପଞ୍ଚ ସହଦେଵ ସାହୁ, ଓ ନରେଶ ଚନ୍ଦ୍ର ବେହେରା, ପ୍ରାକ୍ତନ ସରପଞ୍ଚ ସୁନୀଲ ବିଶ୍ୱାଳ, ସୁଶାନ୍ତ ପ୍ରଧାନ, ପ୍ରାକ୍ତନ ସମିତି ସଦସ୍ୟା ସରୋଜିନୀ ବେହେରା, ବିଭୁତି ସାହୁ, ଗୋପାଳି ସାହୁ, ଉର୍ମିଳା ଦେହୁରୀ, ସାଂସଦ ଙ୍କ ମେଡିକାଲ କଲେଜ ପ୍ରତିନିଧି ସୁନୀଲ ପଟ୍ଟନାୟକ, ଜଗଦୀଶ ପ୍ରସାଦ ସିଂହ, ଶିବାନନ୍ଦ ଥମ୍ବ, ବିକାଶ ସାହୁ, ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
