ଯୁବ ଚାଷୀ ଙ୍କ ପ୍ରେରଣା : ସଫଳ ଆମ୍ବ ଚାଷୀ ରାଜାରାମ
ବରଗଡ :୧୬/୦୫(ନି ପ୍ର)(ଯୋଗେନ୍ଦ୍ର ସାହୁ) ସୁଆଦିଆ ଆମ୍ବ ଚାଷ କରି ଅଞ୍ଚଳରେ ନାଁ କରିବା ସହିତ ରାଜ୍ୟ ବାହାରେ ପଦ୍ମପୁର ଅଞ୍ଚଳ କୁ ପରିଚିତ କରାଇଛନ୍ତି ପଦ୍ମପୁର ବ୍ଳକ ସାରଙ୍ଗପୁର ଗ୍ରାମର ରାଜାରାମ ବରିହା।ଆଜି ତାଙ୍କ ବାଡ଼ି ର ଆମ୍ବ ମହାରାଷ୍ଟ୍ର, ବନାରସ, ଭିଲାଇ ଭଲି ରାଜ୍ୟ ରେ ବିକ୍ରି ହେଉଛି ।ଏହି ଆମ୍ବ ତାଙ୍କୁ ଆର୍ଥିକ ଭାବେ ସଶକ୍ତ କରିନାହିଁ ବରଂ ଯୁବ ଚାଷୀ ମାନଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି ।
ପଦ୍ମପୁର -ସମଗ୍ର ରାଜ୍ୟରେ ଧାନ ବିକ୍ରି ଏକ ସମସ୍ୟା ଦେଖାଦେଇଥିବା ବେଲେ ପଦ୍ମପୁର ବ୍ଳକ ର ସାରଙ୍ଗପୁର ଗ୍ରାମର ଚାଷୀ ରାଜାରାମ ବରିହା ଆମ୍ବ ଚାଷ କରି ଲକ୍ଷାଧିକ ଟଙ୍କା ଉପାର୍ଜନ କରିବା ସହିତ ଅଣଧାନ ଫସଲ ରେ ଯୁବ ଚାଷୀ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।ପଡିଆ ଜମି ରେ ଆମ୍ବ ଚାଷ କରି ଜଣେ ଲକ୍ଷପତି ହେବା ସହିତ ରୋଜଗାରିଆ ପୁଅ ଭଲି ରୋଜଗାର ଦେବ ତାହା ପ୍ରମାଣ କରିଛନ୍ତି ।
ଆମ୍ବ ଚାଷୀ ରାଜାରାମ ୨୦୧୦ମସିହାରେ ପଦ୍ମପୁର ଉଦ୍ୟାନ ବିଭାଗ ସହିତ ଯୋଗାଯୋଗ କରି ରାଜ୍ୟ ସରକାର ଙ୍କ ଆତ୍ମା ଓ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ରେ ପ୍ରଥମ ପର୍ଯ୍ୟାୟରେ ତାଙ୍କର ପଡିଆ ପଡିଥିବା ୫.୫୦ଏକର ଜମିରେ ଆମ୍ରପଲ୍ଲି,ଦଶେରୀ, ଲେଙ୍ଗଡା, ନିଳମ୍,ବାଇଗଣ ପଲ୍ଲୀ, ମଲ୍ଲିକା ଆଦି କିସମ ର ୬୦୦ଗଛ ଲଗାଇଥିଲେ । ପରେ ୨୦୧୩ମସିହାରେ ପୁଣି ୫ଏକର ଜମି ରେ ପ୍ରାୟ ୫୦୦ଆମ୍ବ ଚାରା ଲଗାଇଥିଲେ ।ଏଥିପାଇଁ ସରକାର ଙ୍କ ତରଫରୁ ତାଙ୍କୁ ପେକ୍ ହାଉସ ଓ ପୋଖରୀ ପାଇଁ ସହାୟତା ମିଲିଥିଲା ।ସେ ବର୍ତ୍ତମାନ ଆମ୍ବ ଚାଷ ରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଏହା ସହିତ ଅଞ୍ଚଳର ଅନେକ ଯୁବ ଚାଷୀ ତାଙ୍କ ନିକଟକୁ ଆସି ଆମ୍ବ ଚାଷ ଉପରେ ଉପଦେଶ ନେଉଛନ୍ତି । ଏହି ଆମ୍ବ ଚାଷ ରୁ ବର୍ତ୍ତମାନ ସେ ୧୦/୧୨ଲକ୍ଷ ଟଙ୍କା ଉପାର୍ଜନ କରିବା ସହିତ ଅନେକ ପରିବାର କୁ ରୋଜଗାର ଦେଉଛନ୍ତି ।ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ଦଶେରୀ ଆମ୍ବ ର ଚାହିଦା ବେଶୀ ଥିବାରୁ ଆହୁରି ୩ଏକର ଜମି ରେ କେବଳ ଦଶେରୀ ଆମ୍ବ ଲଗାଇଛନ୍ତି ଯାହାକି ଏ ବର୍ଷ ଅମଳ ହେବ ବୋଲି କୁହନ୍ତି ରାଜାରାମ । ଗଛ କେବେ ମଣିଷ କୁ ଠକେ ନାହିଁ ବୋଲି କୁହନ୍ତି ରାଜାରାମ ,ବର୍ତ୍ତମାନ ର ଯୁବ ପିଢ଼ି ଅବା ଚାଷୀ ଚାକିରୀ କିମ୍ବା ଧାନ ଚାଷ ଉପରେ ଗୁରୁତ୍ୱ ନ ଦେଇ ଫଳ ଚାଷ ଉପରେ ଗୁରୁତ୍ୱ ଦେଲେ ବେଶୀ ଲାଭବାନ ହେବେ ବୋଲି କହିଛନ୍ତି ।ତାଙ୍କର ଏହି ସଫଳତା ଦେଖି ତାଙ୍କର ପ୍ରେରଣା ରେ ବହୁ ବ୍ୟକ୍ତି ଆମ୍ବ ଚାଷ ଆରମ୍ଭ କରିଥିବା କହିଛନ୍ତି ରାଜାରାମ ।
