ଧାନ ବିକ୍ରି ରୁ ବଂଚିତ ଚାଷୀଙ୍କ ଧାରଣା ସ୍ଥଳକୁ ପହଂଚି ସମର୍ଥନ ଜଣାଇଲା ଆମ୍ ଆଦମୀ ପାର୍ଟି
ବରଗଡ଼ : ୧୬/୦୫(ନି ପ୍ର) ଖରିଫ ଧାନ ବିକ୍ରି ରେ ବଂଚିତ ଥିବା ଚାଷୀ ମାନଙ୍କ ଧାରଣା ପାଖାପାଖି ୭୦ ଦିନ କୁ ପହଂଚି ଥିବା ବେଳେ ତୃତୀୟ ଥର ପାଇଁ ଚାଷୀ ମାନଙ୍କୁ ସମର୍ଥନ ଜଣାଇବା ପାଇଁ ପହଂଚି ଥିଲେ ଆମ୍ ଆଦମୀ ପାର୍ଟି। ରାଜ୍ୟ ସଂଗଠନ ସମ୍ପାଦକ ଭବାନୀ ସାହୁଙ୍କ ନେତୃତ୍ୱ ରେ ଆପ୍ ସଦସ୍ୟ ମାନେ ଧାରଣା ସ୍ଥଳ କୁ ଯାଇ ସମର୍ଥନ ଜଣାଇ ଆଲୋଚନା କରିଥିଲେ। ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଓ ଅନ୍ୟ ଚାଷୀ ମାନେ ସମସ୍ୟା ବିଷୟରେ ଜଣାଇ ଥିଲେ। ସେହିପରି ଡବଲ ଇଂଜିନ ସରକାର ସମୟରେ ଚାଷୀ, ଛାତ୍ର, ଯୁବକ, ମହିଳା ମାନେ ପ୍ରତାଡିତ ହେଉଥିବା ବେଳେ ପେଟ୍ରୋଲ, ଡିଜେଲ ର ଦର ବୃଦ୍ଧି ଏବେ ସାଧାରଣ ଜନତା ଙ୍କ ଉପରେ ବୋଝ ପାଲଟିଛି ବୋଲି ଶ୍ରୀ ସାହୁ କହିଛନ୍ତି। ସୂଚନା ଥାଉ କି ବରଗଡ ଜିଲ୍ଲାର ଅନେକ ଚାଷୀ ବର୍ତମାନ ସୁଦ୍ଧା ଧାନ ବିକ୍ରି କରି ପାରିନଥିବା ବେଳେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ମିଟିଂ ରେ ମଧ୍ୟ ଏହି ବିଷୟରେ ଆଲୋଚନା ହୋଇ ବ୍ୟକ୍ତିଗତ ଭାବେ ଚାଷୀ ମାନେ ଆବେଦନ କରନ୍ତୁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇ ଥିଲା କିନ୍ତୁ ଦୀର୍ଘ ୨୦ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ ଏବଂ ଏହି ଧାରଣା ଜିଲ୍ଲାପାଳ ଅଫିସ ସାମ୍ନାରେ ଜାରି ରହିଛି। ଏହି ଧାରଣା କୁ ପ୍ରାୟ ସମସ୍ତ ସାମାଜିକ ଓ ରାଜନୈତିକ ସଂଗଠନ ବିଜେପି କୁ ଛାଡି ସମର୍ଥନ କରି ଆସୁଛନ୍ତି, ଧାନ ଶୀଘ୍ର କ୍ରୟ ନକଲେ ଆଗକୁ ଆନ୍ଦୋଳନ ତୀବ୍ର ହେଵ ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମାରିୟମ ବାର୍ଲା, ଅସିତ ସାହୁ, ଏମଡି ମୋଇନ, ମିଲୁ ନାଗ ଉପସ୍ଥିତ ଥିଲେ।
