କାମାକ୍ଷାନଗର ବିଜେପି ତରଫରୁ ମହିଳା ଅକ୍ରୋଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
(ଧର୍ମାନନ୍ଦ ସେଠି ଙ୍କ ଖବର )
କାମାକ୍ଷାନଗର
୧୪.୦୫.୨୦୨୬
ଆଙ୍କର-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର NAC ମଣ୍ଡଳ ତରଫରୁ ମହିଳା ଅକ୍ରୋଶ ଶୋଭିଯାତ୍ରା ଅନୁଷ୍ଠିତ ହୋଇଯାଇଛି। NAC ମଣ୍ଡଳ ସଭାପତି ବ୍ରଜେଶ୍ବରି ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଓ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା ଉପସ୍ଥିତ ଥିଲେ। ସହରର ହନୁମାନ ବଜାର ଠାରୁ ଏହି ରାଲି ବାହାରି ସହର ପରିକ୍ରମା କରିଥିଲେ। ୩୩ ପ୍ରତିଶତ ମହିଳା ସଂରକ୍ଷିତ ବିଲ କୁ କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳ ମାନେ ଏହାକୁ ବିରୋଧ କରୁଛନ୍ତି। ତେଣୁ ଏହା ବିରୁଧରେ NAC ର ପ୍ରାୟ ହଜାର ହଜାର ମହିଳା ସମେତ ବହୁ ବିଜେପି କର୍ମକର୍ତ୍ତା ମହିଳା ଅକ୍ରୋଶ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
