*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସ୍ନାତକ ଓ ସ୍ନାତକତ୍ତର ର ୨୦୨୫-୨୬ ଶିକ୍ଷାବର୍ଷ ପରୀକ୍ଷା ଫଳାଫଳ ପ୍ରକାଶିତ*।
ନୂଆପଡା(ମିଖାଏଲ ନନ୍ଦ)
ତା:୧୫.୦୫.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସ୍ନାତକ ଓ ସ୍ନାତକତ୍ତର ର ୨୦୨୫-୨୬ ଶିକ୍ଷାବର୍ଷ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଯାଇଅଛି। ଆଜି କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ପରୀକ୍ଷା ନିୟନ୍ତ୍ରକ ସୁନୀଲ ପାଢ଼ୀ ଯୋଗ ଦେଇ ପରୀକ୍ଷା ଫଳାଫଳ କୁ ଉନ୍ମୋଚିତ କରିଥିଲେ। ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଶ୍ନାତ୍ତକ ପରୀକ୍ଷା ଫଳ ୮୯.୨୮% ପ୍ରତିଶତ ହୋଇଥିବା ବେଳେ ୪୨୯ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୩୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ସ୍ନାତକତ୍ତୋର ପରୀକ୍ଷା ୨୦୨୫-୨୬ ଶିକ୍ଷା ବର୍ଷ ରେ ୯୨.୧୧% ପ୍ରତିଶତ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି। ସମୁଦାୟ ୭୬ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ୭୦ ଜନ କୃତକାର୍ଯ୍ୟ ହୋଇଛନ୍ତି। ଲଗାତାର ୧୨ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ଫଳ ସମୟ ପୂର୍ବରୁ ସଫଳତା ସହ ପ୍ରକାଶିତ କରିବା ବେଳେ ପରୀକ୍ଷା ଦାୟିତ୍ୱ ଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଙ୍କୁ ମାଁ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ପକ୍ଷ ରୁ ସାଧୁବାଦ ଦେଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ବେଳେ ସ୍ନାତକତ୍ତୋର ପରୀକ୍ଷା ୨୦୨୫-୨୬ ଶିକ୍ଷା ବର୍ଷ ରେ ହିନ୍ଦି ଓ ରାଜନୀତି ବିଜ୍ଞାନ ବିଭାଗ ଶତ ପ୍ରତିଶତ।
