ଅଧା ରହିଲା ତୀର୍ଥ ରୁ ଘରେ ପହଞ୍ଚିବା ଆଶା। ଟ୍ରେନରେ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): :: ଆଶା ଆଶାରେ ରହିଗଲା ତୀର୍ଥ ରୁ ଘରେ ପହଞ୍ଚିବା। ତୀର୍ଥ ରୁ ଘରେ ପହଞ୍ଚିବା ଆଗରୁ ଦେହ ଖରାପ ହେତୁ ଜଣେ ବୃଦ୍ଧ ଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ସୋର ବ୍ଲକ ଦହିସଡା ପଞ୍ଚାୟତ ଦହିସଡା ଗ୍ରାମରେ ଜଣେ ବୃଦ୍ଧ ତୀର୍ଥ ଯାତ୍ରାରେ ଯାଇ ଫେରୁଥିବା ବେଳେ ଟ୍ରେନରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ଗ୍ରାମର ଭାସ୍କର ଚନ୍ଦ୍ର ଘଡେଇ(୭୪) ପତ୍ନୀ ରୁକ୍ମଣୀ ଘଡେଇ ଏବଂ ତାଙ୍କର ଅନ୍ୟ ବନ୍ଧୁ ମାନଙ୍କ ସହ ଉତ୍ତର ଭାରତ ବୁଲି ବାକୁ ଯାଇଥିଲେ. ସେଠାରୁ ଫେରିବା ସମୟରେ ପ୍ରୟାଗରାଜ ଦର୍ଶନ କରି ଫେରିବା ସମୟରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ଫଳରେ ଅନ୍ୟ ସାଥୀ ମାନେ ତାଙ୍କୁ ଚିକିତ୍ସା କରାଇଥିଲେ। ସେଠାରୁ ସୁସ୍ଥ ହୋଇ ପୁରୀ ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇଥିଲା।ଏ ବାବଦରେ ରେଳ ଅଧିକାରୀଙ୍କୁ ଜଣାଇବା ପରେ ରେଳବାଇ ତରଫରୁ ଏକ ଡାକ୍ତରୀ ଟିମ ପଠାଇ ତାଙ୍କର ଚିକିତ୍ସା କରାଇଥିଲେ। ସେ ସୁସ୍ଥ ହୋଇ ଫେରୁଥିବା ସମୟରେ ଗତକାଲି ରାତିରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଫଳରେ ଅନ୍ୟ ସାଥୀ ମାନେ ତାଙ୍କ ଶବକୁ ଦହିସଡା ଗ୍ରାମକୁ ନେଇ ଆସିଥିଲେ। ସେଠାରେ ଶୋକାକୋଳ ପରିବେଶରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି।ପୁତ୍ର ସୁଶାନ୍ତ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ଘଡେଇ ଆରସିଏମଏସରେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ଗ୍ରାମର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ନିଷ୍ଠାର ସହ କାର୍ଯ୍ୟ କରୁଥିଲେ।ସେ ଜଣେ ମିଷ୍ଟ ଭାଷୀ, ପରୋପକାରୀ ଏବଂ ଧର୍ମ ପରାୟଣ ବ୍ୟକ୍ତି ଭାବେ ଗ୍ରାମରେ ବେଶ ଜଣାଶୁଣା ଥିଲେ।ତାଙ୍କ ମୃତ୍ୟୁ ଖବର ପାଇ ସୋରର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିବା ବେଳେ ଗ୍ରାମରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଥିଲା।
