କଣ୍ଟାମାଳ,…..(କୃଷ୍ଣଚନ୍ଦ୍ର ସିଂହ): କଣ୍ଟାମାଳ ବ୍ଲକ ଛକ ଶ୍ରୀରାମ ମନ୍ଦିର ଠାରୁ ସତସଙ୍ଗ ବିହାର ପର୍ଯ୍ୟନ୍ତ ବିଧାୟକ କହ୍ନେଇଁ ଚରଣ ଡାଙ୍ଗଙ୍କ ନେତୃତ୍ୱରେ ଅପରେସନ ସିନ୍ଦୂରର ସଫଳତାକୁ ନେଇ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଅପରେସନ ସିନ୍ଦୁରରେ ଆମ ସେନା ବାହିନୀର ପରାକ୍ରମ ଓ ଶୌର୍ଯ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି l ଓଡ଼ିଶାର ପ୍ରତ୍ୟେକ ଗାଁ ରେ ଏହି ଅସୀମ ପରାକ୍ରମର ସିନ୍ଦୁର ଶୋଭାଯାତ୍ରା ହେଉଛି ଏବଂ ଏହା ଆତଙ୍କବାଦ ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତିକୁ ଦର୍ଶାଉଛି ବୋଲି ବିଧାୟକ ମତ ରଖିଥିଲେ l ସୂଚନା ଯୋଗ୍ୟ ଯେ, ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ ଜନତା ଯୋଗ ଦେଇ ହାତରେ ତ୍ରିରଙ୍ଗା ପତାକା ଧରି ଜୟ ହିନ୍ଦ, ଭାରତ ମାତା କି ଜୟ ଧ୍ୱନିରେ ଚାଲି ଚାଲି ଶୋଭାଯାତ୍ରା ସମ୍ପୂର୍ଣ୍ଣ କରିଥିଲେ l ପ୍ରଥମେ ୧୯୭୧ ପରେ ପାକିସ୍ତାନର ସୀମା ଭିତରେ ଏମିତି ପ୍ରଚଣ୍ଡ ଆକ୍ରମଣ କେବେ ହୋଇନଥିଲା l ପେହେଲଗାମ ଠାରୁ ମଧ୍ୟ ଅଧିକ ଭୟଙ୍କର ନରସଂହାର ମୁମ୍ବାଇରେ ହୋଇଥିଲା l ସୀମାପାର ଆତଙ୍କବାଦୀମାନଙ୍କୁ ସୁରକ୍ଷା ଦେଉଥିବା ଶକ୍ତିଙ୍କୁ ତାଙ୍କ ମାଟିରେ ଦଣ୍ଡ ଦେବା ପାକିସ୍ତାନ ପାଇଁ ଅକଳ୍ପନୀୟ ତଥା ଅବିଶ୍ଵସନୀୟ ଥିଲା l ଯଶସ୍ବୀ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କହିଛନ୍ତି ଯେ ଭାରତରେ ଯେ କୌଣସି ଆତଙ୍କବଦୀ ଆକ୍ରମଣକୁ ଦେଶ ବିରୁଦ୍ଧରେ ଯୁଦ୍ଧ ପରି ଧରାଯିବ l ଆମ ସେନା ଆଗରୁ ବି ସମର୍ଥ ଥିଲା କିନ୍ତୁ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଅନେକ ଭାରତୀୟଙ୍କୁ ସେମାନଙ୍କ ଜୀବନ ଦେଇ ମୂଲ୍ୟ ଦେବାକୁ ପଡିଥିଲା l ଭାରତ ନିଜେ ଏପରି ଆତଙ୍କବାଦୀଙ୍କୁ ଖୋଜି ନିପାତ କରିବା ପାଇଁ ସମର୍ଥ l ଆଜି ଆମେ ସମସ୍ତେ ଗର୍ବର ସହିତ କହି ପାରିବା ଯେ ଦେଶ ସୁରକ୍ଷିତ ହାତରେ ଅଛି କାରଣ ଦେଶର ସୁରକ୍ଷା ମାନନୀୟ ମୋଦୀ ଜୀଙ୍କ ହାତରେ ଅଛି ବୋଲି ବିଧାୟକ କହିଥିଲେ l ଆଜି ଆପଣମାନଙ୍କ ଗହଣରେ ଏଭଳି ଏକ ବିରତ୍ୱଗାଥାର ଶୋଭାଯାତ୍ରାରେ ଯୋଗ ଦେଇ ଆମକୁ ସୁରକ୍ଷା ପ୍ରଦାନ କରୁଥିବା ବୀରଯବାନମାନଙ୍କ ସମ୍ମାନାର୍ଥେ ପ୍ରତ୍ୟେକ ନାଗରିକ ନିଜକୁ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ କରିବା ପାଇଁ ଆହ୍ୱାନ ଦେଇଥିଲେ l ଦେଶର ସୁରକ୍ଷା ସହିତ ବିକାଶ ହିଁ ମୋଦି ଜୀଙ୍କ ମନ୍ତ୍ର l ଆମ ଦେଶ ବିଶ୍ଵର ସବୁଠାରୁ ଅଧିକ ହାରରେ ବୃଦ୍ଧି ହେଉଥିବା ଅର୍ଥନୀତି l ଅପରେସନର ସଫଳତା ଆମ ଦେଶର ସୁରକ୍ଷା ବଳକୁ ବିଶ୍ଵର ଏକ ଅଗ୍ରଣୀ ମିଲିଟାରୀ ଫୋର୍ସ ଭାବେ ପ୍ରତିପାଦନ କରିଛି ତେଣୁ ଆମେ ସମସ୍ତେ ଏଥିପାଇଁ ଗର୍ବିତ ବୋଲି ପ୍ରେମାନନ୍ଦ ମିଶ୍ର ମତବ୍ୟକ୍ତ କରିଥିଲେ l ଉକ୍ତ ଅପରେସନ ସିନ୍ଦୂର ପରାକ୍ରମ ଶୋଭାଯାତ୍ରାରେ ପ୍ରଶାସନିକ ଅଧିକାରୀ, ପୋଲିସ ବାହିନୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଯୁବ ସମାଜସେବୀ ରାକେଶ ତ୍ରିପାଠୀ, ବିପ୍ର ଚରଣ ମହାନ୍ତି, ପଦ୍ମାଳୟା ପ୍ରଧାନ, ଅନିଲ ପ୍ରଧାନ, ନବୀନ ମହାପାତ୍ର, ଓମ ପ୍ରକାଶ ମିଶ୍ର, ଅଟଳ ପ୍ରଧାନ, ନିରଞ୍ଜନ କର୍ଣ୍ଣଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ l
