
ଆମେରିକା ଯାତ୍ରା କରୁଥିବା ଶିଶୁ ବୈଜ୍ଞାନିକଙ୍କୁ ଅଭୁତପୂର୍ବ ଶୁଭେଚ୍ଛା, ଗଛ ଚାରା ଦେ ଦେଇ ନିଆରା ସମ୍ବଦ୍ଧନା କଲା ଆଦର୍ଶ ଯୁବ ପରିଷଦ !
ସୋର : ୟଙ୍ଗ ଟିଙ୍କର ପାଉଣ୍ଡେସନ, ଭୁବନେଶ୍ବର ଦ୍ବାରା ଆୟୋଜିତ ଗ୍ରାମାଞ୍ଚଳର ସରକାରୀ ବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କୁ ନେଇ ବିଜ୍ଞାନ ଭିଭିକ ଗବେଷଣାଧର୍ମୀ ଶିକ୍ଷଣ ପ୍ରକ୍ରିୟାର ଆୟୋଜନ କରାଯାଇ ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭା ଅନ୍ବେଷଣ କରାଯାଇଥିଲା । ସମଗ୍ର ଭାରତ ବର୍ଷରେ ୨୬ ଜଣ ଶିଶୁ ବୈଜ୍ଞାନିକ ଚୟନ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ୮ ଜଣ ଏବଂ ତନ୍ମଧ୍ୟରୁ ସୋରରୁ ୩ ଜଣ ଶ୍ରୀମାନ୍ ଦିଗ୍ବିଜୟ ସାହୁ, ଶ୍ରୀମାନ୍ ଚିରଞ୍ଜିବ୍ ବାରିକ ଏବଂ ଶ୍ରୀମାନ୍ କୌଶିକ୍ କର ଆମେରିକାର ସାନ୍ମାର୍କସ୍ (ଟେକ୍ଟାସ୍) ସହରରେ ଆୟୋଜିତ ଗ୍ଲୋବାଲ ଜୁନିକର୍ଣସ୍ ଏବଂ ଏ.ଆଇ ସମ୍ମାଟ – ୨୦୨୫ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯୋଗ୍ୟ ବିବେଚିତ ହୋଇ ଯାତ୍ରା କରୁଥିବାରୁ ବାଲେଶ୍ବର ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।ନୂତନ ଜ୍ଞାନ କୌଶଳର ଉପଯୋଗରେ ବହୁ ସାଧାରଣ ସମସ୍ୟାର ସମାଧାନ ପାଇଁ ହିଲିୟମ ଗ୍ୟାସ୍ ଉପଯୋଗରେ ସାଟେଲାଇଟ ଉତ୍କ୍ଷେପଣ କରାଯାଇ ଋଷଜମିର ଅଭାବ ଥିବା ଉପାଦାନ ଚିହ୍ନଟ, ପାଣିପାଗର ସୂଚନା ଓ ବର୍ଜ୍ୟବସ୍ତୁରୁ ମିନି ଇଥାନଲ ପ୍ଲାଣ୍ଡ ପ୍ରସ୍ତୁତ କରିବା ଭଳି ବିଜ୍ଞାନ ଭିଭିକ ଗବେଷଣାଧର୍ମୀ ତଥ୍ୟ ଉପସ୍ଥାପନ କରି ସାଧାରଣ ବ୍ୟବହାରିକ ସମସ୍ୟାର ସମାଧାନ ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ । ଏ ନେଇ ସାରା ସୋରରେ ଏହା ଗର୍ବ ଓ ଗୌରବର ବିଷୟ ହୋଇଛି।ସୋର ମାରାଥନ୍ ପରିବାରର ଆହ୍ୱାନ କ୍ରମେ ଶିଶୁ ବୈଜ୍ଞାନିକମାନଙ୍କୁ ଆମେରିକା ଯାତ୍ରା ପୂର୍ବରୁ ସୋର ପ୍ରାଥମିକ ଶିକ୍ଷକ ଭବନରେ ଆୟୋଜିତ ସଭାରେ ସୋରର ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯିବା ସହିତ ଯାତ୍ରାର ସଫଳତା କାମନା କରାଯାଇଥିଲା।ସୋର ମାରାଥନ ତରଫରୁ,ସୋର ନାଗରିକ ମଞ୍ଚ,ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ,ରାଧାନାଥ ପାଠାଗାର, ଆଦର୍ଶ ଯୁବ ପରିଷଦ,କବିବର ରାଧାନାଥ ସ୍ମୃତି ସଂସଦ,ଉପେନ୍ଦ୍ରନାଥ ପ୍ରଧାନ ସ୍ମୃତି ପରିଷଦ ଏଲଇମେଣ୍ଟାରୀ ଶିକ୍ଷକ ସଂଘ, ସୋର ଗୋ ଶାଳା,ଓଷ୍ଟା ସୋର, ଗାଁ ମଜଲିସ୍ ସାହିତ୍ୟ ସଂସଦ, ବନ୍ଦେ ମାତରଂ କଲଚୁରାଲ ଆସୋସିଏସନ,ନନ୍ଦକିଶୋର ଦାସ ମେମୋରିଆଲ ଫାଉଣ୍ଡେସନ୍, ସ୍ବାମୀ ବିବେକାନନ୍ଦ ଯୁବକ ସଂଘ,ସୋର ବ୍ୟବସାୟୀ ମହାସଂଘ, ରାମଚନ୍ଦ୍ର ଫାଉଣ୍ଡେସନ, ଏନ.ପି.ଏସ୍. ଶିକ୍ଷକ ସଂଘ, ମାଟିଆ ମଙ୍ଗଳା ଯୁବକ ପରିଷଦ ପ୍ରଭୃତି ଅନୁଷ୍ଠାନ ଓ ସଂଗଠନ ଉକ୍ତ ତିନି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ସମ୍ବଦ୍ଧନା ଜ୍ଞାପନ କରିଥିଲେ।ଆଦର୍ଶ ଯୁବ ପରିଷଦ ତରଫରୁ ନିଆରା ଢଙ୍ଗରେ ବୃକ୍ଷ ରୋପଣର ବାର୍ତ୍ତା ବହନ ରୂପକ ତିନୋଟି ଗଛ ଚାରା ଦେଇ ଶିଶୁ ବୈଜ୍ଞାନିକଙ୍କୁ ସମ୍ବଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୋର ମାରାଥନ ତରଫରୁ ଉପସଭାପତି ଅବଦୁଲ ଉଦୁତ ଖାନ,ସମ୍ପାଦକ ସୌମ୍ୟ ଶାନ୍ତି ଅମୃତ ପଟ୍ଟନାୟକ, ସହ ସମ୍ପାଦକ ଭଗବାନ ଲେଙ୍କା, ରମେଶ ପ୍ରଧାନ, ଉପଦେଷ୍ଟା ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଦାମୋଦର ଦାସ ମହାପାତ୍ରଙ୍କ ଆବାହକତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା।