
ଶକ୍ତ ହେବ ସାମ୍ବାଦିକତା, ଶକ୍ତି ଶାଳୀ ହେବେ ସାମ୍ବାଦିକ ( ଡ଼ ସୁଧାଂଶୁ ଶେଖର ରାଉତ)
ବୌଦ୍ଧ ଜିଲ୍ଲା ନୂତନ ରିପୋଟର୍ସ ଆସୋସିଏସନ୍ ଗଠିତ
ସଭାପତି ଭାଗବତ, ସମ୍ପାଦକ ଅବଦୁଲ
ବୌଦ୍ଧ( ଭାଗବତ ମେହେର):- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ଅଂଶୁଲା ରିସର୍ଟଠାରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ଜିଲ୍ଲା ରିପୋଟର୍ସ ଆସୋସିଏସନ୍ ଗଠିତ ଏବଂ ନୂତନ ସଂଘ ର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମୁଖ୍ୟ ଅତିଥିଭାବେ ଅଲ୍ ଓଡିଶା ରିପୋଟର୍ସ ଆସୋସିଏସନ୍ ରାଜ୍ୟ ସଭାପତି ଡ଼ଃ ସୁଧାଂଶୁ ଶେଖର ରାଉତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଭୁବନେଶ୍ୱର ଶାଖାର ସଭାପତି ବିନାୟକ ବେହେରା ଯୋଗ ଦେଇଥିଲେ। ସଭା କାର୍ଯ୍ୟ ପୂର୍ବରୁ ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ନିକଟରେ ଧୂପ ଓ ଦୀପ ପ୍ରଜ୍ୱଳନ କରି ନିମନ୍ତ୍ରିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ବୈଠକରେ ସାମ୍ବାଦିକ ସୁରକ୍ଷା ଉପରେ ଆଲୋଚନା ହେବା ସହିତ ତୃଣମୂଳସ୍ତରରେ ଲୋକଙ୍କ ମୌଳିକ ସୁବିଧାକୁ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ଦିଗରେ ପ୍ରାଧାନ୍ୟ ଦେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା ଏବଂ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କମିଟି ଗଠନ କରାଯାଇଥିଲା l ସଂଘର ରାଜ୍ୟ ସଭାପତି ସୁଧାଂଶୁ ଶେଖର ରାଉତଙ୍କ ଉପସ୍ଥିତରେ ଜିଲ୍ଲା ସଭାପତି ଭାବରେ ଭାଗବତ ମେହେର ଏବଂ ଅବଦୁଲ ମହସିନ ଖାନଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିଲା l କଣ୍ଟାମାଳ ବ୍ଲକ ସଭାପତି ବଳରାମ ବାଘ ଏବଂ ସମ୍ପାଦକ ବାସୁଦେବ ଷଣ୍ଢ, ବୌଦ୍ଧ ବ୍ଲକ ସଭାପତି ସୁମନ୍ତ ମେହେର ଏବଂ ସମ୍ପାଦକ ଆଶିଷ ଠାକୁର, ହରଭଙ୍ଗା ବ୍ଲକ ସଭାପତି ଅକ୍ଷୟ ମହାକୁଡ଼ ଓ ସମ୍ପାଦକ ଭାବରେ ବିଭୁଦତ୍ତ ବୋଷଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା l ସଂଘକୁ ବ୍ଲକସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସୁଦୃଢ କରିବା ପାଇଁ ନିମନ୍ତ୍ରିତ ଅତିଥି ଉପସ୍ଥିତ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲା ଶାଖା ତରଫରୁ ରାଜ୍ୟ ସଭାପତିଙ୍କୁ ଏକ ମାନପତ୍ର ଦିଆଯାଇଥିଲା l ଶେଷରେ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ବୈଠକରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ସାମ୍ବାଦିକ ବନ୍ଧୁମାନେ ଯୋଗ ଦେଇଥିଲେ l