ଭାଜପା କାର୍ଯ୍ୟାଳୟ ଠାରେ ଜିଲ୍ଲା ପଦାଧିକାରୀ ବୈଠକ
ଉମରକୋଟ ତା:-୧୨:୫:୨୦୨୬ ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାଜପା କାର୍ଯ୍ୟାଳୟ ଠାରେ ନୂତନ ଭାବେ ଚୟନ ହୋଇଥିବା ସମସ୍ତ ଜିଲ୍ଲା ପଦାଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା
ଏଥିରେ ଆଗାମି ଦିନରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ପାର୍ଟି ଜିଲ୍ଲାର ବିଭିନ୍ନ ପଦରେ ନୂତନ ଭାବେ ଚୟନ କରିଥିବା ପଦାଧିକାରୀଙ୍କୁ ଆଗାମି ପଞ୍ଚାୟତ ନିର୍ବାଚନ ରେ ବିଜେପିର କିପରି ବିପୁଳ ବିଜୟ ହାସଲ ହେବ ଏବଂ ଏହାର ରଣନୀତି କିପରି ରହିବ ଏହା ଉପରେ ସମସ୍ତ ଆଗତ ଅତିଥି ବୃନ୍ଦ ଏହା ବିଷୟରେ ସବିଶେଷ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲା ।ତାସତ୍ବେ ଆଗାମି ଜିଲ୍ଲା ପ୍ରଶିକ୍ଷଣ ବିଷୟରେ ବିଭିନ୍ନ କଥାବସ୍ତୁକୁ ନେଇ ପୂର୍ବପ୍ରସ୍ତୁତି ପ୍ରସ୍ତାବନା ରଖା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ସଭାପତି ଶ୍ରୀ କୁଞ୍ଜ ବିହାରୀ ଦାସ, ରାଜ୍ଯ ଉପସଭାପତ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ,ପୂର୍ବତନ କଳାହାଣ୍ଡି ଜିଲ୍ଲା ସାଂସଦ ହିମାଂଶୁ ମେହର,ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ଶ୍ରୀଯୁକ୍ତ ନରସିଂଙ୍ଗ୍ ଭତ୍ରା, ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ନବରଙ୍ଗପୁର ଜିଲ୍ଲାର ସହ ପ୍ରଭାରୀ ଗୋଦାବରୀଶ ପାତ୍ର, ପୂର୍ବତନ ଜିଲ୍ଲା ସଭାପତି ଜଗଦିଶ ବିଷୟି ଓ ଅନ୍ୟଜଣେ ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ଏହି ବୈଠକକୁ ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ ଆଚାର୍ଯ୍ଯ ପରିଚାଳନା କରିଥିଲେ।
ଜିଲ୍ଲାର ନୂତନ ମୋର୍ଚ୍ଚା ସଭାପତିଙ୍କ ମଧ୍ଯ ରେ ହେଲେ (୧)କୃଷକ ମୋର୍ଚ୍ଚା-ଜଗଦିଶ କଲାର (୨)ମାଇନୋରିଟି ମୋର୍ଚ୍ଚା-ପବିତ୍ର ଗରଡା (୩)ଏସ ସି ମୋର୍ଚ୍ଚା-ମିହିର ଢାଲି (୪)ଏସ ଟି ମୋର୍ଚ୍ଚା-ବିରେନ୍ଦ୍ର ପୂଜାରୀ (୫)ମହିଳା ମୋର୍ଚ୍ଚା-ମନ୍ଦିରା ନାଏକ।
