*ଅସହାୟ ମହିଳା ଙ୍କୁ ସହାୟତା*
ଚିକିଟି ,(ଶ୍ରୀବତ୍ସ ସାହୁ) ଚିକିଟିବ୍ଲକ୍ ଅନ୍ତର୍ଗତ ପିତାତଳିର ସୁଷମା ମହାରଣା।ବୟସ ୬୪ବର୍ଷ। ସ୍ଵାମୀଙ୍କ ମୃତ୍ୟୁ ପରେ ଶାଶୁଘର ଖରଣିପଡା ଛାଡ଼ି ଛୋଟ ଛୁଆ ଦୁଇଟିକୁ ଧରି ଆସିଥିଲେ ପିତାତଳି, ନିଜ ଗାଁ କୁ। କଷ୍ଟ ଦୁଃଖ ପଡ଼ି ଦୁଇ ପିଲାଙ୍କୁ ବଡ଼ କଲେ ଓ ଝିଅ କୁ ଶାଶୁଘର ପଠେଇଲେ। ସ୍କୁଲରେ ରୋଷେୟା ଥିଲେ ଯେ ଷାଠିଏ ବର୍ଷ ହେବାରୁ ଅବ୍ୟାହତ ଦେଲେ ସରକାର। ଏକମାତ୍ର ପୁତ୍ର ପିଣ୍ଟୁ କାଠକାମ କରି ଯାହା ଆଣେ ମା ପୁଅ ଚଳୁଥିଲେ। ସେତିକିରେ ଦୁର୍ଦ୍ଦଶା ଗଲାନି ଯେ ପୁଅ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଏକ ବର୍ଷ ହେଲା ରୋଜଗାର ନଥାଇ କଷ୍ଟରେ ଚିକିତ୍ସାରେ ଅର୍ଥ ବାଧକ ତା ପୁଣି ଦୂରାରୋଗ୍ୟ ବ୍ୟାଧି ହେତୁ ପୁଅ ମଧ୍ୟ ଆରପାରିକୁ ଚାଲିଗଲା।ଏପରି ଅସହାୟା ସୁଷମା ସଂସାରରେ ଏକୁଟିଆ ହୋଇଗଲେ।ଏ ଅଞ୍ଚଳର ଅସହାୟ କୁ ସହାୟ ହେବା ସେବା ସଂସ୍ଥାନ ର କର୍ମକର୍ତ୍ତା ଆସି ଚାଉଳ, ଲୁଗା ଓ ସାତ ହଜାର ଟଙ୍କା ସୁଷମା ମହାରଣାଙ୍କୁ ସାହାଯ୍ୟ ଦେଇଛନ୍ତି। ଏପରି ବଦାନ୍ୟତା ପାଇଁ ଗ୍ରାମବାସୀ ଓ ଚିକିଟି ତାଲୁକା ବିଶ୍ୱକର୍ମା ସମାଜ ସେବା ସଂସ୍ଥାନ କୁ ଧନ୍ୟବାଦ ଦେଇଛନ୍ତି।
