ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ବିଜୟନଗର ଠାରେ ଆୟୋଜିତ “୧୦୦ ଦିନର ଟିବି ମୁକ୍ତ ଅଭିଯାନ 2.0” କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ ସଚେତନତା ଓ ଟିବି ନିରାକରଣ ସମ୍ପର୍କିତ ବିଭିନ୍ନ ଆଲୋଚନାରେ ସାମିଲ ହେବାର ସୁଯୋଗ ପାଇଲି।
ଟିବି ଏକ ଗୁରୁତର କିନ୍ତୁ ସଠିକ୍ ସମୟରେ ଚିହ୍ନଟ ଓ ଚିକିତ୍ସା ମାଧ୍ୟମରେ ସମ୍ପୂର୍ଣ୍ଣ ଭାବେ ନିରାକରଣଯୋଗ୍ୟ ରୋଗ। ଏହି ରୋଗକୁ ସମୂଳେ ଦୂର କରିବା ପାଇଁ ସମାଜର ପ୍ରତ୍ୟେକ ଲୋକଙ୍କ ସଚେତନତା, ସହଯୋଗ ଓ ସକ୍ରିୟ ଭାଗୀଦାରି ଅତ୍ୟନ୍ତ ଆବଶ୍ୟକ। ସରକାରଙ୍କ ଉଦ୍ୟମ ସହ ସାଧାରଣ ଲୋକଙ୍କ ସହଭାଗୀତା ଯୋଗ ହେଲେ ନିଶ୍ଚୟ “ଟିବି ମୁକ୍ତ ଓଡ଼ିଶା” ଏବଂ “ଟିବି ମୁକ୍ତ ଭାରତ” ଗଠନର ସ୍ୱପ୍ନ ସାକାର ହେବ।
ଏହି ସଚେତନତା ଅଭିଯାନକୁ ସଫଳ କରିବାରେ ନିରନ୍ତର ପ୍ରୟାସରତ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଜନପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣଙ୍କୁ ଅନ୍ତରିକ ଧନ୍ୟବାଦ ଓ ଅଭିନନ୍ଦନ।
“ଆସନ୍ତୁ, ସଚେତନ ହେବା — ଟିବିକୁ
