*ବିଜେଡି ପକ୍ଷ ରୁ ପତୋରା ଅପର ଯୋଙ୍କ ଜଳ ସେଚନ ପ୍ରକଳ୍ପ ରେ ଜଳ ଆବଣ୍ଟନ ସମସ୍ୟା, ମନୁଷ୍ୟକୃତ ମରୁଡ଼ି ସମସ୍ୟା ର ଉପଯୁକ୍ତ କ୍ଷତିପୂରଣ ଦାବୀ ନେଇ ଜିଲ୍ଲାପାଳ ସଦଭାବନା ସଭା ଗୃହ ସମ୍ମୁଖରେ ଘେରାଉ ଏବଂ ବିକ୍ଷୋଭ ପ୍ରଦର୍ଶନ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୮.୦୫.
ବିଜେଡି ପକ୍ଷ ରୁ ପତୋରା ଅପର ଯୋଙ୍କ ଜଳ ସେଚନ ପ୍ରକଳ୍ପ ରେ ଜଳ ଆବଣ୍ଟନ ସମସ୍ୟା, ମନୁଷ୍ୟକୃତ ମରୁଡ଼ି ସମସ୍ୟା ର ଉପଯୁକ୍ତ କ୍ଷତିପୂରଣ ଦାବୀ ନେଇ ଜିଲ୍ଲାପାଳ ସଦଭାବନା ସଭା ଗୃହ ସମ୍ମୁଖରେ ଘେରାଉ ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଖଡ଼ିଆଳ ବିଧାୟକ, ବିଜେଡି ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନେ ବୈଠକ ରୁ ଉଠି ଆସି ବିଜେଡି ଆନ୍ଦୋଳନ ରେ ସାମିଲ ହୋଇଥିଲେ। ବିଶେଷ ରୁପେ ମନୁଷ୍ୟ କୃତ୍ୟ ମରୁଡ଼ି ପରିସ୍ଥିତ ସତ୍ୟାସତ୍ୟ ତଦନ୍ତ କରି ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବା ସହ ବିଭାଗୀୟ ଅଧିକାରୀଙ୍କ ଭୁଲ କୁ ମଧ୍ୟ ଅନୁଧ୍ୟାନ କରି ବିଭାଗୀୟ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲପାଳ ମଧୁସୂଦନ ଦାସ ଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଲନ ପ୍ରତ୍ୟାହୃତ ହୋଇଅଛି। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ସମେତ ବିଜେଡି ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନେ ବୈଠକ ଯୋଗ ଦେଇ ପୁନର୍ବାର ବୈଠକ ସୁଚାରୁ ରୂପେ ଅନୁଷ୍ଠିତ ହୋଇଅଛି।
