*୭ ବାରହା ଶିକାରୀ ଗିରଫ,୫ ଗୋଟି ଧନୁ, ୨୧ ଗୋଟି ଶର,୨ଗୋଟି ଟାଙ୍ଗିଆ ସହ ଦୁଇଟି ବାରହାର ୪୫ କିଲୋ ଗ୍ରାମ ମାଂସ ଜବତ*
ନୂଆପଡା(ମିଖାଏଲ ନନ୍ଦ)
ତ:୦୮.୦୫.
ନୂଆପଡ଼ା ଜିଲ୍ଲା କୋମନା ବନ ବିଭାଗକୁ ଏକ ବଡ ଧରଣର ସଫଳତା ମିଳିଛି l ବାରହା ଶିକାର କରି ମାଂସ ଭାଗ ବଣ୍ଟା ବେଳେ ବନ ବିଭାଗ ଚଢ଼ାଉ କରି ୭ ଜଣ ଶିକାରୀକୁ ଗିରଫ କରିଛି l ବିଶେଷ ସୂତ୍ର ରୁ ଖବର ପାଇ କୋମନା ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇ ଚଢ଼ାଉ ପ୍ରକ୍ରିୟା ଆରମ୍ଭ କରିଥିଲେ। ତନ୍ଦୂଳ ସି ଜଙ୍ଗଳର କମକେଡା ଗାଁ ନିକଟ ଜଙ୍ଗଲରେ ଚଢ଼ାଉ କରିଥିଲେ l ଦୁଇ ଗୋଟି ବାରହା ଶିକାର କରି ମାଂସ ଭାଗ ବଣ୍ଟା କରୁ ଥିବା ବେଳେ ଚଢାଉ କରିଥିଲେl ଘଟଣା ସ୍ଥଳ ରୁ ୭ ଶିକାରୀଙ୍କୁ ଗିରଫ କରିଥିବା ବେଳେ ବନ୍ୟ ଜନ୍ତୁ ବିଭାର ହୋଇଥିବା ହତିଆର ଜବତ କରିଛନ୍ତି। ଶିକାରୀମାନେ ହେଲେ ସୁକଦେବ ପହରିଆ(୩୩) ତୁକୁଲାପଡ଼ା, ୨ ଜଣ ଇନ୍ଦ୍ରଜ୍ ପହରିଆ ( ୩୫) ସୁରେଶ ପରାଭୁଏ ( ୩୭) କାଲିମାଟି, ସହଦେବ ପରାଭୁଏ ( ୨୩) ତୁକୁଲାପଡ଼ା, ଆରତ ପହରିଆ ( ତୁକୁଲାପଡ଼ା, ଲଲିନ୍ଦ୍ର ନାଏକ ( ୨୬) କାଲିମାଟି ଓ ଛଳକଟା ଶବର ( ୬୫) କମକେଡା ଗାଁର l ଏମାନଙ୍କ ପାଖରୁ ୫ ଗୋଟି ଧନୁ, ୨୧ଟି ଶର, ଦୁଇ ଗୋଟି ଟାଙ୍ଗିଆ, ସହ ଦୁଇ ଗୋଟି ବାରହାର ୪୫ କିଲୋ ଗ୍ରାମ ମାଂସ ଜବତ କରା ଯାଇଛି l ଖଡିଆଳ ବନଖଣ୍ଡ ଏସିଏଫ ମହମ୍ମଦ ମୁସ୍ତଫା ସଲେହା, ରେଞ୍ଜର ଦେବଦତ୍ତ ସୁତାର, ଫରେଷ୍ଟର ଉତ୍ତମ ମେହେର,ଫରେଷ୍ଟର ଧର୍ମେନ୍ଦ୍ର ନାଏକ, ବିବେକ ମିର୍ଦ୍ଧା,ୱାଡେନ ମାୟାଧର ସରାଫ।
