ମାସିକ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ
ଦେବଗଡ଼:
ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଶୁକ୍ରବାର ମାସିକ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ରାଜସ୍ୱ ସଂପର୍କିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା।
ଏପ୍ରିଲ ମାସ ପାଇଁ ଧାର୍ଯ୍ୟ ଭୁ-ରାଜସ୍ୱ ଆଦାୟ, ରୟାଲିଟି ଆଦାୟ, ଜଳକର ସଂଗ୍ରହ, ବସୁନ୍ଧରା ଯୋଜନା, ସ୍କୁଲ ଓ କଲେଜ ପଟ୍ଟା ବଣ୍ଟନ, ଘରବାରି ଜମି ଆବଣ୍ଟନ ସହ ହାଇଟେକ୍ ସର୍ଭେ ଅଧୀନରେ ଥିବା ୨୩ଟି ସଂଶୋଧନ ମାମଲାର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ସମସ୍ତ ବକେୟା କର ଆଦାୟକୁ ଗୁରୁତ୍ୱ ଦେଇ ଜିଲ୍ଲାର ତହସିଲଦାର, ଅତିରିକ୍ତ ତହସିଲଦାର ଓ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଡେପୁଟି କଲେକ୍ଟର (ରାଜସ୍ୱ) ଲକ୍ଷ୍ମଣ ଅମାତ, ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ, ଅବକାରୀ ଆରକ୍ଷୀ ଅଧୀକ୍ଷକ ବାସନ୍ତୀ ପ୍ରଭା ନାୟକ, ତହସିଲଦାର ଦେବଗଡ଼ କର୍ଣ୍ଣ ମଲ୍ଲିକ, ତହସିଲଦାର ରିଆମାଳ ବିଜୟଲକ୍ଷ୍ମୀ ନାୟକ, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର, ପ୍ରିୟା ତିର୍କି, ବନ୍ଦିତା ପ୍ରିୟଦର୍ଶିନୀ, ମୁକେଶ କୁମାର ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
