ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ସହାୟତା ରେ ଦୁଇଲକ୍ଷ ଟଙ୍କାର ଚେକ ପ୍ରଦାନ ।
ଶେରଗଡ଼ , (ରିପୋର୍ଟ :- ରାଜକିଶୋର ସାବତ, ଭଞ୍ଜଦୁତ ଖବର)- ଶେରଗଡ଼ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ମହୁପଦର ଶାଖା ଠାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ସଞ୍ଚୟ କରିଥିବା ଜମାକାରୀ ଙ୍କ ଉତ୍ତରାଧିକାରୀ ମାନଙ୍କୁ ମହୁପଦର ଶାଖାର ପରିଚାଳକ ଆଶୁତୋଷ ବେହେରା ଏବଂ C F L ଗାୟତ୍ରୀ ପାଢ଼ୀ ଙ୍କ ଦ୍ଵାରା ଦୁଇ ଲକ୍ଷ ଚେକ ପ୍ରଦାନ କରିଛନ୍ତି । ମନୁଷ୍ୟ ଜୀବନ ଚିରସ୍ଥାୟୀ ନୁହେଁ, ଏହାକୁ ଆଖିଆଗରେ ରଖି ଭାରତ ସରକାରଙ୍କ ଦ୍ଵାରା ବିଭିନ୍ନ ବୀମା ଯୋଜନା ମାଧ୍ୟମରେ ସ୍ୱଳ୍ପ ରୋଜଗାର ପରିବାର ବର୍ଗଙ୍କ ଭବିଷ୍ୟତ କୁ କେନ୍ଦ୍ର କରି ବିଭିନ୍ନ ଜୀବନ ବୀମା ମାଧ୍ୟମରେ ସ୍ୱଳ୍ପ ସଂଚୟପରେ ବିମକରୀଙ୍କ ମୃତ ପରେ ବିମାରାସି ପରିବାର ବର୍ଗଙ୍କ ହିତ ସାଧନ ହୋଇଥାଏ। ଏହାକୁ ଆଖିଆଗରେ ରଖି ସରକାରଙ୍କ ଜୀବନ ଜ୍ୟୋତି ବୀମା ରେ ବାର୍ଷିକ ୪୩୬ ଟଙ୍କା ସଞ୍ଚୟ କରି ମହୁପଦର ପଞ୍ଚାୟତ ର କିଛି ହିତାଧିକାରୀ ମୃତୁ ବରଣ କରିଥିଲେ। ସେମାନଙ୍କ ଉତ୍ତରାଧିକାରୀ ମାନଙ୍କୁ ମହୁପଦର ଶାଖାର ପରିଚାଳକ ଆଶୁତୋଷ ବେହେରା ଏବଂ C F L ଗାୟତ୍ରୀ ପାଢ଼ୀ ଙ୍କ ଦ୍ଵାରା କବିତା ବେହେରା ଓ ଅଶ୍ୱିନୀ ବିଷୋୟୀ ଙ୍କୁ ଦୁଇ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି।
