ଭୂମିକା ପଞ୍ଚାୟତ ଚାଷୀ ଙ୍କ ସମସ୍ୟା ନେଇ ଆଲୋଚନା କଲେ ବିଧାୟକ।
ଗଜପତି ଭଞ୍ଜ ଦୂତ ନି. ପ୍ର (ଟିକି ଲିମା)
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଭୂମିକା ପଞ୍ଚାୟତ ଅନ୍ତର୍ଗତ ସୈଳଦା ଗ୍ରାମ ରେ ଥିବା ଚାଷୀ ମାନଙ୍କ ସମସ୍ୟା କୁ ଦେଖି ଆଜି ବିଧାୟକ ରୁପେଶ ପାଣିଗ୍ରାହୀ ସେଇ ଗ୍ରାମ ଗ୍ରସ୍ତ କରିଥିଲେ। ପ୍ରଥମେ ସେଇ ଗ୍ରାମ ର ଚାଷ ଜମି ଗୁଡିକ ର ପରିସ୍ଥିତି କିଭଳି ଅଛି ଦେଖିଥିଲେ, ଚାଷୀ ମାନଙ୍କ ମୁଖ୍ୟ ସମସ୍ୟା ଖରା ଦିନରେ ଗୋଟିଏ ଟୋପା ପାଣି ବି ଜମିରେ ଦେଖିବାକୁ ମିଳୁନଥିବାରୁ, ଚାଷୀ ମାନେ ଦ୍ୱିତୀୟ ପର୍ଯ୍ୟାୟ ଚାଷ କରିବାରୁ ବଞ୍ଚିତ ହେଉଥିବା ନେଇ ଜଣାଇଛନ୍ତି ସ୍ଥାନୀୟ ଚାଷୀ ମାନେ । ଚାଷୀ ମାନଙ୍କ ମୁଖ୍ୟ ଦାବି ରହିଛିକି, ଏହି ସ୍ଥାନ କୁ କେନାଲବନ୍ଧ ନିର୍ମାଣ କଲେ ବର୍ଷସାରା ଚାଷ ଜମି ରେ ପାଣି ର ଅଭାବ ରହିବ ନାହିଁ ବୋଲି ସ୍ଥାନୀୟ ଚାଷୀ ମାନେ ଜଣାଇଛନ୍ତି । ବିଧାୟକ ଏହି ସବୁ ସମସ୍ୟା ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରାଇ ତୁରନ୍ତ ଏହି ସବୁ କାର୍ଯ୍ୟକାରୀ କରିବେ ବୋଲି ବିଧାୟକ ସ୍ଥାନୀୟ ଚାଷୀ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଗ୍ରସ୍ତ ସମୟ ରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ଭିରରାଜୁ , ଜିଲ୍ଲା ପରିଷଦ ଏସ ବାଲାରାଜୁ ସହ ସ୍ଥାନୀୟ ସରପଞ୍ଚ ସମିତି ପ୍ରମୁଖ ଉପସ୍ଥିତ ଥିଲେ
