
ବସ ସହ ବାଇକି ଧକ୍କା ଜଣେ ମୃତ୍ୟୁ , ଦୁଇ ଗୁରୁତର ଆହତ ।
ଗଜପତି (ଟିକି ଲିମା) ଗଜପତି ଜିଲ୍ଲା ଆର,ଉଦୟଗିରି ଥାନାର ସୁଣ୍ଡୁରବା ଘାଟି ନିକଟରେ ଯାତ୍ରୀବାହୀ ବସ ସହ ଏକ ବାଇକି ଧକ୍କା ହେବାରୁ ଜଣେ ମୃତ ଏବଂ ଦୁଇ ଜଣ ଗୁରୁତର ଆହତ ।
ପୁଲିସ ସୁତ୍ରରୁ ପ୍ରକାଶ ବ୍ରହ୍ମପୁର ରୁ କେରେଡାଙ୍ଗ ଯାଉଥିବା ଏକ ରସିକା ନାମକ ଘରୋଇ ବସ୍ ବିପରୀତ ପଟୁ ଆସୁଥିବା ଆର,ଉଦୟଗିରି ରୁ ନିଜ ଗ୍ରାମ କୁଲାପଥର ଯାଉଥିବା ବେଳେ ସୁଣ୍ଡୁରବା ନିକଟସ୍ଥ ଚମ୍ପା ଘାଟି ଠାରେ ଏକ ହାଇଓ୍ବାଇ ଗାଡିକୁ ଓଭରଟେକ କରି ଯାଉଥିବା ସମୟରେ ବିପରୀତ ପଟୁ ଆସୁଥବା ରସିକା ଘରୋଇ ବସ ସହ ଧକ୍କା ହୋଇଥିଲା । ଏହି ବାଇକରେ ଛେଳିଗଡ ପଞ୍ଚାୟତର କୁଲାପଥର ଗ୍ରାମର ସଞ୍ଜୟ ବଡ ରଇତ , ଜ୍ୟେଷ୍ଠ ବଡ ରଇତ ଓ ମୁନିକା ଡିଅ ଗ୍ରାମର ରିଙ୍କୁ ରଇତ ମିଶି ବସି ଗ୍ରାମକୁ ଫେରୁଥିଲେ । ବାହାଘର ନିମନ୍ତଣ ପତ୍ର ବାଣ୍ଟି ଗ୍ରାମକୁ ଫେରୁ ଥିବା ସମୟରେ ସୁଣ୍ଡୁରବା ନିକଟସ୍ଥ ଚମ୍ପାଘାଟି ଠାରେ ବିପରୀତ ଦିଗରୁ ଏକ ଘରୋଇ ବସ୍ ବିକ୍ରାନ୍ତ ନାମକ ଗାଡି ଆସୁଥିବା ସମୟରେ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସଞ୍ଜୟ ଓ ଅନ୍ୟ ଦୁଇ ଜଣ ରାସ୍ତାରେ ଛିଟିକି ହୋଇ ପଡି ସଞ୍ଜୟର ମୁଣ୍ଡୁକୁ ଜୋରରେ ଗାଡି ହୋଇ ଥିବା ଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଅନ୍ୟ ୨ଜଣ ଗୁରୁତର ଆହତ ହୋଇ ରାସ୍ତାରେ ପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆର,ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଚିକିତ୍ସା ଡକ୍ତର ସଞ୍ଜୟକୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟ ଗୁରୁତର ଆହତକୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକଲକୁ ସ୍ଥାନାନ୍ତର କରାଯାଉଛି । ମୃତ୍ୟୁ ବ୍ୟକ୍ତିଙ୍କ ଭାଇ ଗୋବିନ୍ଦ ବଡ ରଇତ ଆର,ଉଦୟଗିରି ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳକୁ ସ୍ଥାନୀୟ ପୋଲିସ ପହଞ୍ଚିବା ପରେ ଦୁର୍ଘଟଣା ଗାଡି ୨ଟି ଜବତ କରିବା ସହ ଶବକୁ ବ୍ୟବଛେଦ ପାଇଁ ପାରଳାଖେମଣ୍ଡି ପଠାଇବା ବ୍ୟବସ୍ଥା କରାଯାଉଛି । ଏନେଇ ଆର,ଉଦୟଗିରି ଥାନାରେ ଏହାର ଏକ ମାମଲା ରୁଜୁ କରି ଏହାର ଅଧିକ ତଦନ୍ତ ଚାଲିଛି ।