*ଦୁଗ୍ଧ ଚାଷୀଙ୍କୁ ଉପଯୁକ୍ତ ଦୁଗ୍ଧ ଦାମ୍ ବୃଦ୍ଧି ନେଇ ବିକ୍ଷୋଭ ପ୍ରଦର୍ଶନ, ସରକାର ପକ୍ଷ ରୁ ବୃଦ୍ଧି ହୋଇଥିବା ଏକ ଟଙ୍କା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ*
ନୂଆପଡା( ମିଖାଏଲ ନନ୍ଦ)
ତ:୦୧.୦୫.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଓମଫେଡ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଠାରେ ଦୁଗ୍ଧ ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୁଗ୍ଧ ଦରଦାମ୍ ବୃଦ୍ଧି ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସରକାର ପକ୍ଷ ରୁ ଉପଯୁକ୍ତ ମୂଲ୍ୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଆଜି ସରକାର ପକ୍ଷ ରୁ ଦୁଗ୍ଧ ଦରଦାମ୍ ଏକ ଟଙ୍କା ବୃଦ୍ଧି ହୋଇଅଛି। ଦୁଗ୍ଧ ଚାଷୀଙ୍କୁ ଉପଯୁକ୍ତ ଦୁଗ୍ଧ ଦାମ୍ ବୃଦ୍ଧି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାର ପକ୍ଷ ରୁ ବୃଦ୍ଧି ହୋଇଥିବା ଏକ ଟଙ୍କା ଦରଦାମ୍ ବୃଦ୍ଧି ପାଇଁ ଆହ୍ୱାନ କରିଥିଲେ। ଏକ ଟଙ୍କା ଦରଦାମ୍ ବୃଦ୍ଧି ସତରେ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ ବୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ।ବର୍ତ୍ତମାନ ୩୨ ଟଙ୍କା ପ୍ରଦାନ କରିଥିବା ବେଳେ ପଡୋଶୀ ଛତିଶଗଡ ରାଜ୍ୟ ରେ ୪୫ ଟଙ୍କା ଦେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଓମଫେଡ ଅଧିକାରୀ ମାନେ ଆଜି ଖଡ଼ିଆଳ ଓମାଫେଡ ଶୀତଳ କେନ୍ଦ୍ର ରେ ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ।ବର୍ତ୍ତମାନ ସିନାପାଲି ଓମାଫେଡ ଶୀତଳ କେନ୍ଦ୍ର ରେ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।
