ଆଗ୍ରିଆ ଛକ ଓଭରବ୍ରିଜ ନିକଟରେ ଭୟାବହ ସଡକ ଦୁର୍ଘଟଣା: ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ
ବେତନଟୀ, ୨୮/୪: ବୈସିଙ୍ଗା ଥାନା ଅନ୍ତର୍ଗତ ଆଗ୍ରିଆ ଛକ ଓଭରବ୍ରିଜ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଆଗ୍ରିଆ ଛକ ଓଭରବ୍ରିଜ ନିକଟରେ ଏକ ଅଜଣା ଗାଡି ଦ୍ରୁତଗତିରେ ଆସି ବାଲେଶ୍ବର ଅଭିମୁଖେ ଯାଉଥିବା ବାଇକ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳ ରେ ବାଇକ ଟି ରାସ୍ତା ମଝିରେ ଥିବା ଡିଭାଇଡର ଉପରକୁ ଫିଙ୍ଗିହୋଇ ଯାଇଥିଲା ଓ ବାଇକ ଚାଳକ ଜଣକ ରାସ୍ତା ଉପରେ ଟ୍ରକ ସାମ୍ନାରେ ପଡି ଯାଇଥିଲେ। ଟ୍ରକ ଟି ତାଙ୍କ ଉପରେ ଚଢି ଯାଇଥିଲା ଯାହା ଫଳରେ ବାଇକ୍ ଚାଳକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।
ଘଟଣାସ୍ଥଳରୁ ମିଳିଥିବା ବାଇକ୍ଟି ଲାଲ ରଙ୍ଗର ହିରୋ ହୋଣ୍ଡା ପେସନ୍ ପ୍ରୋ (ନମ୍ବର: ଓ ଡି ୧୧ଏସ ୩୪୦୧) ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଉକ୍ତ ଟ୍ରକ ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରି ଥିବା ଜଣା ପଡିଛି। ସୂଚନା ପାଇ ବୈସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ତାସହିତ ଟ୍ରକ ଓ ଚାଳକଙ୍କ ସନ୍ଧାନ ପାଇଁ ତଦନ୍ତ ଜାରି ରହିଛି।
