ରସୁଲପୁର – (ନିରୋଜ କୁମାର ସେଠୀ )ଶ୍ରୀ ଶ୍ରୀ ଭୁବନେଶ୍ଵର ମହାଦେବଙ୍କ ପୀଠସ୍ଥଳୀ କେଶପୁର ଗ୍ରହ ରାଜ ଶନିଶ୍ଚ ରଙ୍କ ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଦିବସ। ରସୁଲ ପୁର ବ୍ଲକ ଅନ୍ତର୍ଗତ ମଙ୍ଗରାଜ ପୁର ଗ୍ରାମପଞ୍ଚାୟତ କେଶ ପୁର ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ସୁବନେଶ୍ଵର ମହାଦେବଙ୍କ ପୀଠସ୍ଥଳରେ ଅବସ୍ଥାପିତ ପୁରାତନ ଶନିଶ୍ଚରଙ୍କ ବିଗ୍ରହ ପୁନଃ ଉଦ୍ଧାର କରାଯାଇ ନୁତନ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଯଥାବିଧି ରେ ବରୁଣେଶ୍ଵର ସ୍ଥିତ ରାମ ମନ୍ଦିର ମଠାଧିଶ ମହା ରାଜ ଶ୍ରୀ ଶ୍ରୀ ସଂଚିତା ନନ୍ଦ ଦାସ ଏବଂ ବାଲ ବ୍ରହ୍ମ ଚାରି ଶ୍ରୀ ଶ୍ରୀ
ବାଳ ଗ୍ରାମ ଦାସ ମହା ରାଜାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ପଣ୍ଡିତ ରମେଶ ଚନ୍ଦ୍ର ପଣ୍ଡାଙ୍କ ଙ୍କ ନେତୃତ୍ୱରେ 6 ଜଣ ବ୍ରାହ୍ମଣ ମାନଙ୍କ ଦ୍ବାରା ଗୁରୁବାର ଠାରୁ ଅଙ୍କୁରା ରୋପଣ ଏବଂ ପରବର୍ତ୍ତୀ 23 ତାରିଖରେ ସନ୍ନିକଟ ବ୍ରାହ୍ମଣୀ ନଦୀରୁ ସହ ସହ ଶ୍ରଦ୍ଧାଳୁ ଙ୍କ ସମାଗମରେ ଜଳାଭିଷେକ କରାଯାଇ କଳସ ଶୋଭା ଯାତ୍ରାର ଆୟୋଜନ କରାଯାଇ ଥିଲା। 24 ତାରିଖରେ ମନ୍ଦିର ବିଗ୍ରହ ପ୍ରତିଷ୍ଠା କରାଯାଇ ନବ ଯୌବନ ଦର୍ଶନ ଓ 25 ତାରିଖରେ ପ୍ରଶିଦ୍ଧ
ଶନି ଓସା ଦିବସରେ ପୂନାହୁତି କାର୍ଯ୍ୟ ସମ୍ପନ୍ନ କରାଯାଇ ଥିଲା। ଉକ୍ତ ଯଜ୍ଞଉତ୍ସବରେ କର୍ତ୍ତା ଭାବେ ନରେନ୍ଦ୍ର କୁମାର ମହାଳିକ କତ୍ତୀ ଭାବେ ଆରତି ବିଶ୍ଵାଳ ଙ୍କ ସହିତ 13 ଜଣ କର୍ତ୍ତା ଭାବେ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ଉତ୍ସବ ରେ ପ୍ରତେକ ଦିନ ଆନନ୍ଦ ବଜାର ବ୍ୟବସ୍ଥା ସହିତ ଭଜନ, କୀର୍ତ୍ତନ , ଏବଂ ସାଂସ୍କୃତକ କାର୍ଯ୍ୟକ୍ରମ ସହିତ ସନ୍ତ ପୁଜନ ଆଶ୍ରୀବଚନ ରଖାଯାଇଥିଲା।ମା କ୍ଷେତ୍ରପାଳ ସେବା ଦଳ ଙ୍କ ସହ ଯୋଗରେ କାର୍ଯ୍ୟ ଆକ୍ରମଣ ଚାଲୁ ରହିଥିଲା।ଏଥିରେ ମୁଖ୍ୟ ଭୂମିକାରେ ସାଧୁ ଚରଣ ମହାଳିକ, ଅଭିମନ୍ୟୁ ଯେନା, ରୁଷିଆର ମହାଳିକ,ଅକ୍ଷୟ କୁମାର ସାହୁ, ଗଦାଧର ମହାଳିକ,
ଅଜୟ ନାୟକ, ସତ୍ୟ ରଞ୍ଜନ ମହାଳିକ,ପୂର୍ଣ୍ଣ ଚନ୍ଦ୍ର ଘଡାଇ,ସୁଦାମ ଚରଣ ମହାଳିକ,ସନତ କୁମାର ପ୍ରାଣୀ ଗ୍ରାହୀ, ସଞ୍ଜୟ କୁମାର ମହାଳିକ ପ୍ରମୁଖ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ଥିଲେ।
