ବନବିଭାଗର ଅବହେଳାରୁ ହାତୀର ମୃତୁ ହୋଇଛି (ରିପୋର୍ଟ ବିରଞ୍ଚି *ନାରାୟଣ ସାହୁ )ଢେଙ୍କାନାଳ ଗନ୍ଦିଆ ବ୍ଲକ ଷଡ଼ଙ୍ଗୀ ରେଞ୍ଜର* ଅଧୀନରେ କାଲୁରିଆ ରାଧାଦେଇପୁର ରାସ୍ତାର ଏକ କାଜୁ ବଗିଚା ଭିତରେ ଏକ ମାଇଁ ହାତୀର ମୃତୁ ହୋଇଛି, ଜାଣିବାକୁ ପାଇଲୁ ଏକ ସପ୍ତାହ ପୂର୍ବରୁ ହାତୀଟି ଏକ ବୋମା ସ୍ପର୍ଶରେ ଆସି ଥିବାରୁ ହାତୀର ପାଟିରେ ବହୁତ ବଡ଼ କ୍ଷ୍ୟତ ହୋଇଥିଲା ହାତୀଟି ସେହି ଅଞ୍ଚଳରେ ଘୁରିବୁଲୁଥିଲା l କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ବନବିଭାଗ ଏହି ଆହତ ହୋଇଥିବା ହାତୀ ବିଷୟରେ ଜାଣି ସୁଦ୍ଧା ନ ଜାଣିବାର ଅଭିନୟ କରିଥିଲା ଯାହା ଫଳରେ ଆଜି ହାତୀଟିର ମୃତୁ ହୋଇଥିଲା l ଯେଉଁ ଜାଗାରେ ହାତୀଟିର ମୃତୁ ହୋଇଥିଲା ସେ ଜାଗାକୁ ମିଡ଼ିଆ ଓ ପବ୍ଲିକ ମାନଙ୍କୁ ବାରଣ କରାଯାଇଥିଲା, ଓ କୁହାଗଲା ହାତୀଟିର ଟିଟମେଣ୍ଟ ଚାଲିଛି ତେଣୁ ସମସ୍ତଙ୍କୁ ବାରଣ କରାଯାଉଛି, କିନ୍ତୁ କିଛି ସମୟ ପରେ ଜେସିବି ଆସିଲା କଣ ପାଇଁ ଏହା ଆମ ମନରେ ସନ୍ଦେହ ଆସିଲା l ବନବିଭାଗ ଚଞ୍ଚକତାର ସହିତ ହାତୀଟିକୁ ପୋତି ଦେଇଥିଲେ l ଓ କହିଲେ ଟିଟମେଣ୍ଟ ଚାଲିଥିବା ଅବସ୍ଥାରେ ହାତୀର ମୃତୁ ହୋଇଛି l
