ଚିକିଟି ବ୍ଲକ ସମ୍ମୁଖରେ ପଂଚାୟତ ପ୍ରତିନିଧି ଙ୍କ ଗଣଧାରଣା
ଚିକିଟି, ୨୦/୪ :ଗଞ୍ଜାମ ଜ଼ିଲ୍ଲା ଚିକିଟି ବ୍ଲକ ପ୍ରଶାସନ ପଂଚାୟତ ଜନ ପ୍ରତିନିଧି ଙ୍କୁ ଅଣଦେଖା କରିବା ବିରୋଧ କରି ଚିକିଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଆଜିଠାରୁ ଗଣଧାରଣା ରେ ବସିଛନ୍ତି l ଏ ସମ୍ପର୍କ ରେ ଏକ ସ୍ମାରକପତ୍ର ଜ଼ିଲ୍ଲାପାଳ ସମେତ ବିଭିନ୍ନ ପଦାଧିକାରୀ ଙ୍କୁ ଜଣାଇ ଦେଇଛନ୍ତି l ସ୍ମାରକପତ୍ର ରେ ଚିକିଟି ବିଧାୟକ ଙ୍କ ହାତ ବାରିସୀ ସାଜି ଚିକିଟି ବିଡ଼ିଓ ଉର୍ନ୍ନୟନ କାର୍ଯ୍ୟ ଗୁଡିକ ହେରଫେର କରିବା, ଅନ୍ତର୍ଦୟ ଗୃହ ଯୋଜନା, ଭତ୍ତା ଆଦି ବିଭିନ୍ନ ଯୋଜନା କୁ ହିତାଧିକାରୀ ଙ୍କୁ ଗ୍ରାମସଭା ଜରିଆରେ ଚୟନ
କରାଯାଉଥିବା ଆଦି ସ୍ମାରକ ପତ୍ର ରେ ଉଲ୍ଲେଖ ରହିଛି l ଅନୁଷ୍ଠିତ ଗଣଧାରଣା ରେ ଚିକିଟି ପଂଚାୟତ ସମିତି ଅଧକ୍ଷ ଆପନା ସେଠି, ପିତାତାଳି ପଂଚାୟତ ସରପଞ୍ଚ ଏ. ରାଙ୍ଗା ରାଓ, ଗୋବିନ୍ଦ ନଗର ପଂଚାୟତ ସରପଞ୍ଚ, ଜୀବlନନ୍ଦ ରେଡି,ନୂଆପଡା ପଂଚାୟତ ସରପଞ୍ଚ ସାନମୁଖ ରାଓ ପ୍ରମୁଖ ବିଭିନ୍ନ ପଂଚାୟତ ସରପଞ୍ଚ ଏବଂ ସମିତି ସଭ୍ୟ ଗଣଧାରଣା ରେ ବସିଛନ୍ତି l
