ବରଗଡ଼ରେ ବଡ଼ ଚଢ଼ାଉ: ୯୬୦ ବୋତଲ କଫ ସିରାପ ଓ ୨.୬୦ ଲକ୍ଷ ଟଙ୍କା ଜବତ, ୭ ଗିରଫ
ବରଗଡ଼:୧୬/୦୪(ଯୋଗେନ୍ଦ୍ର ସାହୁ )ବରଗଡ ଜିଲ୍ଲାରେ ନଶା ବ୍ୟବସାୟ ବିରୋଧରେ ସଦର ପୋଲିସ ବଡ଼ ସଫଳତା ହାସଲ କରିଛି। ୧୬ ଏପ୍ରିଲ ୨୦୨୬ ଦିନ ଦୁପର ପ୍ରାୟ ୧ଟା ସମୟରେ ଗୁପ୍ତ ସୂଚନା ଆଧାରରେ ବେହେରା ଛକ ନିକଟସ୍ଥ ଫୁଟବଲ ମାଇଦାନରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରାଯାଇଛି।
ପୋଲିସ ସୂଚନାନୁସାରେ, କିଛି ବ୍ୟକ୍ତି ଚାରିଚକିଆ ଗାଡ଼ିରେ ନଶାଦ୍ରବ୍ୟ ଭରା ୱିନରେକ୍ସ କଫ ସିରାପ ରଖି ବେପାର କରୁଥିଲେ। ଖବର ପାଇ ସଦର ପୋଲିସ ଟିମ୍ ସ୍ଥଳରେ ପହଞ୍ଚି ଘେରାଉ କରି ତଲାଶି କରିଥିଲେ।
ଏହି ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ୯୬୦ ବୋତଲ ୱିନରେକ୍ସ କଫ ସିରାପ ଓ ୨ ଲକ୍ଷ ୬୦ ହଜାର ଟଙ୍କା ନଗଦ ଜବତ କରାଯାଇଛି। ସେଥିସହିତ ୮ଟି ଯାନବାହନ (୬ଟି ଚାରିଚକିଆ ଓ ୨ଟି ଦୁଇଚକିଆ) ଓ ୧୨ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି।
