ଆମ୍ବେଦକର ଛକରେ ଡ଼ଃ ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ
ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ଆମ୍ବେଦକର ଛକ ଠାରେ ଭାରତର ମହାନ ସମ୍ବିଧାନ ନିର୍ମାତା ଡ଼ଃ ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଭବ୍ୟ ଭାବରେ ପାଳନ କରାଯାଇଛି।
ଏହି ଅବସରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ସହିତ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ କେକ କଟି ଜୟନ୍ତୀ ଉତ୍ସବକୁ ଆନନ୍ଦମୟ ଭାବେ ପାଳନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ପ୍ରଜିତ କୁମାର ଭଜ, ବରାକୋଟ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ସୌଭାଗ୍ୟ ପାତ୍ର, ବିପ୍ର ଜୟପୁରିଆ ଓ ସରଜିନୀ ମୁଣ୍ଡା ଅତିଥି ଭାବେ ଯୋଗଦେଇଥିଲେ।
ଏହା ସହ ଆମ୍ବେଦକର ଛକ ଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଏକ ରୋଡ୍ ଶୋ ଆୟୋଜନ କରାଯାଇଥିଲା, ଯାହାରେ ବହୁ ସାମାଜିକ କର୍ମୀ ଓ ସ୍ଥାନୀୟ ନାଗରିକ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଆମ୍ବେଦକର ସାମାଜିକ ପରିବର୍ତ୍ତନ ମଞ୍ଚ ଓ ଆମ୍ବେଦକର ଯୁବ କ୍ଲବ ପକ୍ଷରୁ ଆୟୋଜନ କରାଯାଇଥିଲା। ମଞ୍ଚର ସଭାପତି ଆଇନଜୀବୀ ଚୌଧୁରୀ ବେହେରା ଓ ଯୁବ କ୍ଲବର ସଭାପତି ବୁଲୁ ମାନବ କାର୍ଯ୍ୟକ୍ରମଟିକୁ ସଫଳତାର ସହ ନେତୃତ୍ୱ ଦେଇଥିଲେ।
ଦେବଗଡ଼ରୁ ସୁରେଶ ମାଝୀଙ୍କ ରିପୋର୍ଟ, ଭଞ୍ଜଦୂତ।
