
ଆଗାମୀ ଓଡିଶା ପକ୍ଷରୁ ବିଷୁବ ମିଳନ ପାଳନ।
ରଘୁନାଥପୁର(ନି.ପ୍ର): ବହୁ ପୁରାତନ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ” ଆଗାମୀ ଓଡିଶା ” କଲରାବାଙ୍କ ସ୍ଥିତ ନିଳିମାରାଣୀ ସଭାଗୃହରେ ବେଶ୍ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଗାମୀ ଓଡିଶା ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ଵାଇଁ ପୌରହିତ୍ୟ କରିଥିବା ବେଳେ ଆଗାମୀ ଓଡିଶା ସମ୍ପାଦକ ପ୍ରଫେସର ଦେବେନ୍ଦ୍ର ନାଥ ବାରିକ ସ୍ଵାଗତ ଭାଷଣ ଦେଇଥିଲେ। ଏହି ସାରସ୍ବତ ସମାରୋହକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ଡାକ୍ତର ସି ବି କେ ମହାନ୍ତି। ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଇଂ.ପ୍ରଭାକର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଔପନ୍ୟାସିକ ଭାଗୀରଥୀ ଦାସ, ନୀଳିମାରାଣୀ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଅନ୍ତର୍ଯ୍ୟାମି ସାମନ୍ତ, କିମ୍ ସ ଡି ଜି ଡାକ୍ତର ଅଜିତ କୁମାର ମହାନ୍ତି, ସୁରେନ୍ଦ୍ର ନାଥ ମହାପାତ୍ର, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ, ମାନସ ପ୍ରଫେସର ଶରତ କୁମାର ରାଉତରାୟ, ପିତାମ୍ବର ମହାପାତ୍ର, ଶିକ୍ଷାବିତ୍ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, ପ୍ରଫେସର ରବିନ୍ଦ୍ର ନାଥ ରାଉତ ଓ ଆଦର୍ଶ ପ୍ରଧାନ ଶିକ୍ଷକ ନିକୁଞ୍ଜ କିଶୋର ଦାସ ପ୍ରମୁଖ ଯୋଗ ଦେଇ ଏହି ବିଷୁବ ମିଳନ ଅନୁଷ୍ଠାନ ର ଭୂୟସୀ ପ୍ରଶଂସା କରିଥିଲେ। ଏହି ବିଷୁବ ମିଳନ ଉତ୍ସବକୁ ପ୍ରତିବର୍ଷ ଭଳି ବହୁ ବ୍ୟକ୍ତି ମାନେ ଉପସ୍ଥିତ ରହି ନିଜ ନିଜ ମଧ୍ୟରେ ଓଡିଆ ନୂଆ ବର୍ଷ ପାଳନ କରିବା ସହିତ ଦହିପଣା ପିଇଥିଲେ । ଏହି ବିଷୁବ ମିଳନ କାର୍ଯ୍ୟକ୍ରମ ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ।
