ଫକୀରମୋହନ ନଗରରେ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନଙ୍କ ଜୟନ୍ତୀ ପାଳିତ :
ରେମୁଣା ବ୍ଲକ ଅନ୍ତର୍ଗତ କରଞିଆ ପଞ୍ଚାୟତର ଫକୀରମୋହନ ନଗରରେ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନଙ୍କ ନବମତମ ମନ୍ଦିର ପ୍ରତିଷ୍ଠା ଦିବସ ତଥା ହନୁମାନଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ କଳସ ଶୋଭାଯାତ୍ରା, ଅଷ୍ଟମ ପ୍ରହରୀ, ପ୍ରସାଦ ସେବନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ, ହଁସିନୀ ପାର୍ଟି ଦ୍ୱାରା ଯାତ୍ରା ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସମ୍ବିତ ବେହେରା, ରତ୍ନାକର ଦାସ, ଗଦାଧର ମହାରଣା, ଭଞ କିଶୋର ପ୍ରଧାନ, ଶ୍ୟାମ ସୁନ୍ଦର ସାହୁ, ଅରୁଣ ମାଇତି, ପଞ୍ଚାନନ ବେହେରା,ଚନ୍ଦ୍ରମଣୀ ଦାସଙ୍କ ସମେତ ଶତାଧିକ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ରୁ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନଙ୍କ ଆଶୀର୍ବାଦ ଲାଭ କରିଥିବା ବେଳେ, ବାଲେଶ୍ବରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିବା ଲକ୍ଷ୍ୟ କରାଯାଇଥିଲା।।।
