ପ୍ରୋଗ୍ରେସିଭ ସମ୍ବଲପୁର ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ମଲ୍ୟାର୍ପଣ
ସମ୍ବଲପୁର ତା ୧୫/୪/୨୬ (ଭଂଜଦୂତ )ଆଜି ପ୍ରୋଗ୍ରେସିଭ ସମ୍ବଲପୁର ପକ୍ଷରୁ ବାବାସାହେବ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ରେ ମୁଦିପଡା ସ୍ଥିତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଛି।
ସମ୍ବିଧାନ ପ୍ରଣେତା ତଥା ସ୍ୱାଧୀନତା ସଂଗ୍ରାମୀ ଭୀମ ରାଓ ଆମ୍ବେଦକର ଙ୍କ ସ୍ମୃତିରେ ଆଜି ତାଙ୍କ ଜନ୍ମ ଜୟନ୍ତୀ ରେ ପ୍ରୋଗ୍ରେସିଭ ସମ୍ବଲପୁର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ମୃତି ଚାରଣ କରାଯାଇ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ପ୍ରୋଗ୍ରେସିଭ ସମ୍ବଲପୁର ଆବାହକ ସଂଜିତ ମହାନ୍ତି, ଶ୍ରମିକ ନେତା ଗୋକୁଳ ମେହେର, ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ, ଚାଷୀ ନେତା ସରୋଜ ମହାନ୍ତି, ଭି ରାମା ରାଓ, ଯୁବ ନେତା ମିଲନ ହୋତା, ସୁମିତ୍ ପଟେଲ, ଛାତ୍ର ନେତା ଚୁମନ ପ୍ରଧାନ, ମହେଶ ସତ୍ୟ, ଆର୍ୟନ ବହିଦାର, ଶିବୁ ସେଠ୍, ରୀମ ଝିମ୍ ମହାନ୍ତି, ବିକାଶ ମେହେର, ତ୍ରିଲୋଚନ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ।
