(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
କଳାହାଣ୍ଡି ଜିଲ୍ଲା ବାବାସାହେବଙ୍କ ୧୩୫ତମ ଜୟନ୍ତୀର ଭବ୍ୟ ସମାରୋହ।
‘ଜୟ ଭୀମ’ ନାରାରେ ପ୍ରକମ୍ପିତ ହେଲା ଜୁନାଗଡ଼ର ଚକୁଳି ଗ୍ରାମ।
୧୦୦୦ରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ନେଇ ବାହାରିଲା ବିଶାଳ ପଦଯାତ୍ରା।
୧୪/୦୪ ଆଜି ହେଉଛି ସମ୍ବିଧାନ ପ୍ରଣେତା, ଭାରତ ରତ୍ନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ। ସମଗ୍ର ଭାରତବର୍ଷ ଆଜି ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ବେଳେ, କଳାହାଣ୍ଡି ଜିଲ୍ଲାରୁ ଆସିଛି ଏକ ଭବ୍ୟ ତଥା ଉତ୍ସବମୁଖର ଚିତ୍ର। ଜୁନାଗଡ ବ୍ଲକ୍ ଅନ୍ତର୍ଗତ ଚକୁଳି ଗ୍ରାମରେ ବେଶ୍ ଧୁମ୍ଧାମରେ ପାଳିତ ହୋଇଛି ଆମ୍ବେଦକର ଜୟନ୍ତୀ। ହଜାର ହଜାର ଲୋକଙ୍କ ସମାଗମ ଏବଂ ‘ଜୟ ଭୀମ’ ନାରାରେ କିଭଳି ପ୍ରକମ୍ପିତ ହୋଇଛି ପରିବେଶ,
କଳାହାଣ୍ଡି ଜିଲ୍ଲା ଚକୁଳି ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ସମ୍ବିଧାନର ଜନକଙ୍କ ୧୩୫ତମ ଜୟନ୍ତୀ ପାଳନ ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଥିଲା ଅପୂର୍ବ ଉତ୍ସାହ। କେବଳ ଚକୁଳି ନୁହେଁ, ବରଂ ପଡ଼ୋଶୀ ଗ୍ରାମ ଗୁଡ଼ିକରୁ ଅନେକ ଆବାଳ, ବୃଦ୍ଧା ଏବଂ ମହିଳାମାନେ ଏହି ଉତ୍ସବରେ ସାମିଲ ହୋଇଥିଲେ।
ସକାଳୁ ସକାଳୁ ଗ୍ରାମର ମୁଣ୍ଡରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ରାଲି ବାହାରିଥିଲା। ହାତରେ ନୀଳ ପତାକା ଏବଂ ବାବାସାହେବଙ୍କ ଫଟୋଚିତ୍ର ଧରି ୧୦୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଶୋଭାଯାତ୍ରାରେ ବାହାରିଥିଲେ। ଗ୍ରାମ ପରିକ୍ରମା କରି ଏହି ରାଲି ଇଷ୍ଟଦେବୀ ମନ୍ଦିର ଦେଇ ଆମ୍ବେଦକର ନଗରରେ ପହଞ୍ଚିଥିଲା। ଲୋକଙ୍କ ‘ଜୟ ଭୀମ’ ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା।
ରାଲି ଶେଷ ହେବା ପରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁଠାରେ ମୁଖ୍ୟ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ବାବାସାହେବଙ୍କ ସମାଜ ପ୍ରତି ଅବଦାନ ଉପରେ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ବିଭୂତିଶ୍ୱର୍ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମସ୍ତଙ୍କ ପାଇଁ ଭୋଜିଭାତର ବ୍ୟବସ୍ଥା ହୋଇଥିଲା। ବହୁତ ଆନନ୍ଦ ଉଲ୍ଲାସର ସହିତ ସମସ୍ତେ ଏକାଠି ହୋଇ ଜୟନ୍ତୀ ପାଳନ କରିବା ସହ ବାବାସାହେବଙ୍କ ସମାନତାର ବାର୍ତ୍ତା ବାଣ୍ଟିଥିଲେ।
ବାସ୍ତବରେ, ବାବାସାହେବଙ୍କ ଆଦର୍ଶ ଆଜି ବି ଆମ ସମାଜ ପାଇଁ ଏକ ଦିଗବାରେଣୀ। ଚକୁଳି ଗ୍ରାମର ଏହି ଏକତା ଏବଂ ଭବ୍ୟ ଆୟୋଜନ ପ୍ରମାଣ କରୁଛି ଯେ ଲୋକଙ୍କ ହୃଦୟରେ ବାବାସାହେବ ଆଜି ବି ଅମର।
