
ଭାରତରତ୍ନ ବାବା ସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳିତ।
ଗଜପତି (ଟିକି ଲିମା) ତା ୧୪.୦୪.୨୦୨୬( ଭଞ୍ଜ ଦୂତ ନୀପ୍ର)
ଗଜପତି ଜିଲ୍ଲାର ମୋହନା ରେ ଆଜି ଡା. ବି ଆର୍ ଆମ୍ବେଦକର ଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଓ ସଭାର ଆୟୋଜନ କରାଯାଇଥିଲା।ମୋହନା କଲେଜ୍ ରୁ ଭିମ୍ ଆର୍ମିର ଜିଲ୍ଲା ସଭାପତି ସଲମ ନାୟକ ଏବଂ ସାଗର ବୋଳିଆରସିଂ ଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। ଆମ୍ବେଦକର ଙ୍କ ପ୍ରେମୀ ଯୁବକ-ଯୁବତୀ ଓ ସ୍ଥାନୀୟ ଲୋକମାନେ ବାବା ସାହେବଙ୍କ ଜୟଧ୍ୱନି ଦେଇ ପରିବେଶକୁ ଉତ୍ସବମୟ କରିଥିଲେ।ପରେ ହାଇସ୍କୁଲ୍ ପୋଡ଼ିଆ ଠାରେ ପ୍ରାୟ ୩ ହଜାରରୁ ଅଧିକ ଲୋକଙ୍କୁ ନେଇ ସଭାର ଆୟାଜନ କରଯାଇଥିଲା । ସଭାରେ ଡ଼ା . ଆମ୍ବେଦକରଙ୍କ ଜୀବନ ଓ ସମାଜ ପ୍ରତି ତାଙ୍କ ଅପାର ଅବଦାନ ବିଷୟରେ ମତ ପ୍ରକାଶ କରିଥିଲେ। ଭାରତର ସମ୍ବିଧାନ ଗଠନ କରିବା ଦିଗରେ ଆମ୍ବେଦକରଙ୍କ ଭୂମିକା, ସଂଘର୍ଷମୟ ଜୀବନୀ, କାର୍ଯ୍ୟାବଳୀ, ବିଭିନ୍ନତା, ରାଜନୈତିକ, ଅର୍ଥନୈତିକ, ଦାର୍ଶନିକ, ସମାଜ ସଂସ୍କାରକ ପ୍ରଭୃତିର ଅଧିକାରୀ ରହି ଭାରତୀୟ ସମ୍ବିଧାନର ପ୍ରତିଷ୍ଠା କରିଥିଲେ । ଆମ୍ବେଦକର ଙ୍କ ର ଭୂମିକା ସଂରକ୍ଷଣ ବ୍ୟବସ୍ଥା ଓ ସମ୍ବିଧାନ ପ୍ରଣୟନ ସମୟରେ ବିଜ୍ଞତାର ପରିଚୟ ଦେଇଥିବା ମତବ୍ୟକ୍ତ କରିଥିଲେ । ସେ ବହୁ ଦେଶର ଗଣତାନ୍ତ୍ରିକ ସମ୍ବିଧାନ ଅଧ୍ୟୟନ କରି ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିଥିବା ଏବଂ ଏହାର ସାରମର୍ମ ସମ୍ପର୍କରେ ଅବଗତ କରାଇଥିଲେ । ଆମ୍ବେଦକର ସ୍ଵତନ୍ତ୍ରତା, ସମାନତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା ଓ ସମାଜରେ ସମତା, ଶିକ୍ଷାର ଗୁରୁତ୍ୱ ଓ ଅଧିକାର ସଚେତନତା ବୃଦ୍ଧି ପାଇଁ ସମସ୍ତେ ଏକତା ବଦ୍ଧ ହୋଇ କାମ କରିବାକୁ ଆହ୍ୱାନ ଜଣାଯାଇଥିଲା। ଶେଷରେ ବାବା ସାହେବଙ୍କ ଆଦର୍ଶ ଅନୁସରଣ କରିବା ପାଇଁ ସମସ୍ତେ ସଂକଳ୍ପ ଗ୍ରହଣ କରିଥିଲେ।
