ହଜାର ହଜାର ଭକ୍ତଙ୍କ ସମାଗମରେ ସମାପନ ହେଲା କୁଲଗଡ ମା କାଳୀଙ୍କ ମେରୁ ଯାତ୍ରା।
ଶେରଗଡ଼ , (ରିପୋର୍ଟ :- ରାଜକିଶୋର ସାବତ, ଭଞ୍ଜଦୁତ ଖବର)-ହଜାର ହଜାର ବର୍ଷ ଧରି ପାଳିତ ହୋଇଆସୁଛି ମା କାଳୀଙ୍କ ଦଣ୍ଡଯତ୍ରା। ମାନସିକଧାରୀ ମାନେ ନିଜ ଶରୀରକୁ କଷ୍ଟ ଦେଇ ,ଇଶ୍ୱର ପ୍ରାପ୍ତି ପାଇଁ ଦଣ୍ଡଯତ୍ରା ରେ ସାମିଲ ହୋଇଥାନ୍ତି । ଏହି ଯାତ୍ରା ରେ ମୁଖ୍ୟ ଆକର୍ଷଣ ହେଉଛି ଦଣ୍ଡୁଆ, ଦଣ୍ଡ ଯାତ୍ରା ଆରମ୍ଭରୁ ଶେଷ ଯାଇ ମାନସିକ ଧାରୀ ମାନେ ନିଜ ଶରୀରକୁ କଷ୍ଟ ଦେଇ ନିଜକୁ ଭଗବାନ ଙ୍କ ପାଖରେ ସମର୍ପଣ କରିଥାଆନ୍ତି। ଦଣ୍ଡ ଯାତ୍ରା ପରମ୍ପରା ଗଞ୍ଜାମ ଜିଲ୍ଲା କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି, ପ୍ରଚଣ୍ଡ ରୁଦ୍ର ତାପ କୁ ଖାତିରି ନକରି ମାଟିରେ ନିଜକୁ ଦଣ୍ଡ ଦେଉଛନ୍ତି ମାନସିକ ଧାରି। ଗେରୁଆ ବସ୍ତ୍ର ପରିଧାନ କରି ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଗାଁ ରୁ ସହର ସବୁଠି ବୁଲୁଛନ୍ତି ଦଣ୍ଡୁଆ। ମେରୁସଙ୍କନ୍ତି ର ତେର ଦିନ ପୂର୍ବରୁ ନିଜ ଗାଁ ମା କାଳୀ ଙ୍କ ମନ୍ଦିରରୁ ବାହାରିଥାନ୍ତି ମାନସିକ ଧାରି। ଦିନରେ ଧୂଳି ଦଣ୍ଡ ଅପରାହ୍ନରେ ପାଣିଦଣ୍ଡ ଓ ରାତିରେ ଅଗ୍ନି ଦଣ୍ଡ ପରିବେଷଣ କରିଥାନ୍ତି। ବିଶ୍ୱ ପ୍ରସିଦ୍ଧ ଗଞ୍ଜାମ ଦଣ୍ଡ ଯାତ୍ରା ର ଆଜି ହେଉଛି ଅନ୍ତିମ ଦିନ ବା ମେରୁ ଯାତ୍ରା। ତେର ଦିନ ବ୍ୟାପୀ ମାନସିକ ଧାରି ମାନେ କରିଥିବା ବ୍ରତ କୁ ଆଜି ମେରୁ ଉକୁଚା ପରେ ଉଜପାନ କରାଯିବ , ଏଥି ଲାଗି ବିଭିନ୍ନ ଦଣ୍ଡ କାଳୀ ଙ୍କ ପୀଠ ରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ର ଶେରଗଡ଼ ବ୍ଲକ୍ ଅନ୍ତର୍ଗତ କୁଲାଗଡ ପ୍ରତକ୍ଷ୍ୟ ମା କାଳୀ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆଜି ୧୭୦୦ ଦଣ୍ଡୁଆ ଙ୍କ ସହ ହଜାର ହଜାର ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଦଣ୍ଡ ଯାତ୍ରା ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଦିନରେ ମେରୁ ଉକୂଚା ହେଉଥିବା ବେଳେ ଏଠାରେ ରାତିରେ ମେରୁ ଉକୁଚା ହୋଇଥାଏ। ଏହି ଯାତ୍ରା ରେ ଭକ୍ତ ମାନେ ମାନସିକ ପୂରଣ କରିବା ପାଇଁ ନିଜ ନିଜର ଭୋଗ କୁ ମା ଙ୍କ ପାଖରେ ସମର୍ପି ଥାଆନ୍ତି। ଏହି ଯାତ୍ରା କୁ ଭକ୍ତ ମାନେ ଖୁସିର ସହିତ ପାଳନ କରିଥାନ୍ତି।
