ସୋର ର ସୁନା ଝିଅ ଲିପ୍ସିତା ହେଲେ ବାଲେଶ୍ଵର ଜିଲାର ମାଟ୍ରିକ ଟପ୍ପର।
ବାଲେଶ୍ଵର ଜିଲ୍ଲାରେ ସୋର ବ୍ଲକ ଜଡିଦା ପଞ୍ଚାୟତ ର ଗଙ୍ଗେଇ ଗ୍ରାମର ଶିକ୍ଷକ ରଘୁନାଥ ସାହୁ ଓ ମନମୋହୀନି ଙ୍କ ଝିଅ ଲିପ୍ସିତା ସାହୁ ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷା ରେ ୫୮୩ ନମ୍ବର ରଖି ସୋର ବ୍ଲକ ଟପ୍ପର ସହ ଜିଲ୍ଲା ଟପ୍ପର ମଧ୍ୟ ହୋଇଛନ୍ତି। ଲିପ୍ସିତା ବାଗୁଡ଼ି ନୋଡାଲ ବିଦ୍ୟାଳୟ ର ଛାତ୍ରୀ ହୋଇଥିବା ବେଳେ ସେ ଏହି ସଫଳତା ପାଇଛନ୍ତି। ସେ ଦିନ କୁ ୧୦/୧୨ ଘଣ୍ଟା ପରିଶ୍ରମ କରୁଥିବା ନେଇ ସୂଚନା ଦେଇଛନ୍ତି। ସେ ଏହି ସଫଳତା ର ଶ୍ରେୟ ବାପା ମାଆ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି। ସେ ଭବିଷ୍ୟତରେ ଜଣେ ଡ଼ାକ୍ତର ହୋଇ ରୋଗୀ ସେବା କରିବା ନେଇ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ତାଙ୍କ ବାପା ରଘୁନାଥ ସାହୁ ମଧ୍ୟ ବାଗୁଡ଼ି ନୋଡାଲ ବିଦ୍ୟାଳୟ ରେ ଗଣିତ ଶିକ୍ଷକ ରୂପେ କାର୍ଯ୍ୟରତ , ଏବଂ ଲିପ୍ସିତା ଗଣିତ ରେ ୧୦୦ରୁ ୧୦୦ ନମ୍ବର ରଖି ତାଙ୍କ ବାପାଙ୍କ ସମ୍ମାନ ଙ୍କୁ ଦ୍ଵିଗୁଣିତ କରିଛନ୍ତି।
