ରେଢାଖୋଲ ବ୍ଲକ୍ରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ଦିବସ ଅବସରରେ ପ୍ରତିଯୋଗିତା ଆୟୋଜିତ
ରେଢ଼ାଖୋଲ ତା ୧୩/୦୪/୨୬(ଭଂଜଦୂତ )ଆଜି “ଓଡ଼ିଆ ପାରମ୍ପରିକ ଖାଦ୍ୟ ଦିବସ (ଆମ ରୁଚି, ଆମ ଖାଦ୍ୟ) ” ରେଢାଖୋଲ ବ୍ଲକ୍ ତରଫରୁ ବ୍ଲକ୍ କାର୍ଯ୍ୟାଳୟରେ ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା।
ଏହି କାର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ସବ୍-କଲେକ୍ଟର ଶ୍ରୀ ରଶ୍ମି ରଞ୍ଜନ ମହନ୍ତ, ବିଡିଓ ଶ୍ରୀ ରାଜେନ୍ଦ୍ର ନାରାୟଣ ସେନାପତି, ବ୍ଲକ୍ ଚେୟାରମ୍ୟାନ ଶ୍ରୀ ପ୍ରଦୀପ ପ୍ରଧାନ, ତହସିଲଦାର ଓ ସିଡିପିଓ ଶ୍ରୀମତୀ ଆରତୀ ମିଶ୍ର ଉପସ୍ଥିତ ଥିଲେ। ସେମାନଙ୍କ ସହ ରେଢାଖୋଲ ବ୍ଲକ୍ର ସମସ୍ତ କର୍ମଚାରୀ, ଓଡ଼ିଶା ଜୀବିକା ମିଶନ (OLM) ର BPM ଏବଂ MBK, CRP, Bank Mitra ମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ପ୍ରତିଯୋଗିତାରେ ମୋଟ ୩୭ଟି ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସକ୍ରିୟ ଭାବେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରଦର୍ଶନ କରିଥିଲେ।
ବିଚାରକମାନଙ୍କ ମୂଲ୍ୟାୟନ ପରେ ୩ଟି SHGକୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଚୟନ କରାଯାଇଥିଲା ଏବଂ ସେମାନଙ୍କୁ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ SHGଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଇଥିଲା। ସମସ୍ତ ଅଂଶଗ୍ରାହୀଙ୍କ ପାଇଁ ବ୍ଲକ୍ ପକ୍ଷରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।
ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ସହ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ପ୍ରୋତ୍ସାହନ ମିଳିଥିଲା। ଏପରି କାର୍ୟକ୍ରମ ମାଧ୍ୟମରେ SHG ମାନଙ୍କ ମଧ୍ୟରେ ଭାବର ଆଦାନ-ପ୍ରଦାନ ବଢ଼ିବା ସହ ପାରମ୍ପରିକ ଖାଦ୍ୟର ପ୍ରଚାର ଅଧିକ ଭାବେ ହେବ ବୋଲି କାର୍ଯ୍ୟକ୍ରମ ଆୟୋଜନ କରିଥବା ବିଡିଓ ଶ୍ରୀ ରାଜେନ୍ଦ୍ର ନାରାୟଣ ସେନାପତି ମତ ପ୍ରକାଶ କରିଥିଲେ।
କାର୍ୟକ୍ରମକୁ ସଫଳ କରିବାରେ ଓଡ଼ିଶା ଜୀବିକା ମିଶନର ବ୍ଲକ୍ ସଂଯୋଜକ ଏବଂ MBK ମାନେ ସକ୍ରିୟ ସହଯୋଗ କରିଥିଲେ।
