
ମେଗା ପ୍ରକଳ୍ପର ସମସ୍ତ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ଜିଲ୍ଲା ପାନ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ।
ଗଜପତି(ଟିକିଲିମା)୧୩/୦୪(ନିପ୍ର)
ଗ୍ରୀଷ୍ମ ଋତୁରେ ପିଇବା ପାଣି ସମସ୍ୟା ଦୂର କରିବା ପାଇଁ ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲୁ ରହିଛି। ଏ ପ୍ରକଳ୍ପ ଠିକ୍ ଭାବେ ନିର୍ମାଣ କରିବା ପାଇଁ ଗଜପତି ଜିଲ୍ଲା ଗ୍ରାମ୍ୟ ପାନ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ତପ୍ତପା ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ କୁମାର ସାହୁ ଏବଂ ଦୁଇ ସହକାରୀ ଯନ୍ତ୍ରୀଙ୍କ ସହ ମେଗା ପ୍ରକଳ୍ପ ଓ ସୋଲାର ପାଣି ପ୍ରତ୍ୟେକ ଘରକୁ ଟ୍ୟାପ୍ ଯୋଗେ ପାଣି ଯୋଗାଣ ( FHTC ) ନିର୍ମାଣ କାର୍ଯ୍ୟ ସ୍ଥିତି ଅନୁଧ୍ୟାନ କରିବା ପାଇଁ ପାର୍ତଡା ଗ୍ରାମ ପଞ୍ଚାୟତର ଏସ ଜଡୁର, ଆରିମ୍ବା, ଗୋର୍ବା ଏବଂ ଖାରଡା ପଞ୍ଚାୟତର ତାଡଭା ଗ୍ରାମକୁ ଯାଇଥିଲେ। ମେଗା ପ୍ରକଳ୍ପ କାର୍ଯ୍ୟ ସମାପ୍ତ ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାନ୍ୟ ଜଳ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି ।
