*ଜିଲ୍ଲା ସ୍ତରୀୟ ପାରମ୍ପରିକ ଖାଦ୍ୟ ଦିବସରେ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ*
ବରଗଡ଼’ ୧୩/୦୪ (ନି, ପ୍ର )(ଯୋଗେନ୍ଦ୍ର ସାହୁ )
ଓଡ଼ିଶାର ପାରମ୍ପରିକ ଖାଦ୍ୟର ଆଦର ସ୍ଵତନ୍ତ୍ର । ବାର ମାସରେ ତେର ପରବକୁ ମିଠା, ପିଠାପଣା ତଥା ଖାଦ୍ୟପେୟ ସାରା ବିଶ୍ଵରେ ଓଡ଼ିଶାକୁ ପରିଚିତ କରିଛି । ଆମର ଏହି ସମୃଦ୍ଧ ଖାଦ୍ୟ ପରମ୍ପରାକୁ ଲୋକାଦୃତ କରିବା ଏବଂ ଗୌରବ ବଢାଇବା ପାଇଁ ଓଡ଼ିଆ ପକ୍ଷ ପାଳନ ଅବସରରେ ସମସ୍ତ ଜିଲ୍ଲା ସ୍ତରରେ ପାଳନ କରାଯାଉଛି ପାରମ୍ପରିକ ଖାଦ୍ୟ ଦିବସ।
ଏହିକ୍ରମରେ ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିଷରରେ ଜିଲ୍ଲା ସ୍ତରୀୟ ପାରମ୍ପରିକ ଖାଦ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲପାଳ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଖାଦ୍ୟ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟର ଆଦରକୁ ବଢାଇବା ଦିଗରେ ସମସ୍ତେ ନିଜ ନିଜ ଘରେ ପ୍ରଥମେ ପାରମ୍ପରିକ ଖାଦ୍ୟକୁ ଆପଣେଇବା ଏବଂ ସୁସ୍ଵାଦୁ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ।
ଜିଲ୍ଲାର ୧୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ସ୍ଥାନୀୟ ତଥା ଆଞ୍ଚଳିକ ଖାଦ୍ୟ ପ୍ରସ୍ତୁତି ସହ ପ୍ରଦର୍ଶନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ବ୍ଳକ ଉପାଧ୍ୟକ୍ଷ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ବିଡିଓ ବର୍ଷୀୟସ ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ରହି ନିଜ ସଂସ୍କୃତିକୁ ଗୁରୁତ୍ଵ ଦେବା ସହ ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର କରିବା ପାଇଁ ଉପସ୍ଥିତ ମା ମାନଙ୍କୁ ଅନୁରୋଧ କରିଥିଲେ।
