ଓଡ଼ିଆ ପକ୍ଷ ପାଳନ: ଦ୍ୱାଦଶ ଦିବସରେ ‘ବନ୍ଦନୀୟ ବରପୁତ୍ର’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ
ଦେବଗଡ଼: ଓଡ଼ିଆ ପକ୍ଷ ପାଳନର ଦ୍ୱାଦଶ ଦିବସ ଅବସରରେ ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ବନ୍ଦନୀୟ ବରପୁତ୍ର’ମାନଙ୍କ ଉପରେ ଏକ ଗଭୀର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇଥିଲା।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଉପଜିଲ୍ଲାପାଳ ଶ୍ରୀ ପରକ୍ଷିତ ସାହୁ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଓ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଏବଂ ଭାରପ୍ରାପ୍ତ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଜିତ ଭୋଜ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ସମସ୍ତ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ପରେ ଅତିଥିମାନେ ଓଡ଼ିଆ ଭାଷାର ଗଠନ ଓ ଉନ୍ନତିରେ ଓଡ଼ିଶାର ବରପୁତ୍ରମାନଙ୍କ ଅମୂଲ୍ୟ ଅବଦାନ ଉପରେ ଗଭୀର ଆଲୋଚନା କରିଥିଲେ।
ଆଲୋଚନାଚକ୍ରରେ ଜିଲ୍ଲାର ବିଭିନ୍ନ କବି, କବୟିତ୍ରୀ, ଲେଖକ ଓ ଲେଖିକାମାନେ ସାମିଲ ହୋଇ ସ୍ୱରଚିତ ରଚନା ପାଠ କରିବା ସହ ବରପୁତ୍ରମାନଙ୍କ ଜୀବନୀ ଉପରେ ମନୋହର ଆଲୋଚନା ପ୍ରସ୍ତୁତ କରିଥିଲେ।
ଏହି ଅବସରରେ— ଡ଼ଃ ବିଜୟ କୁମାର ମହାରଣା ରାମଚନ୍ଦ୍ର ଭଞ୍ଜ,
ଡ଼ଃ ଭାରତ ଭୁଷଣ ନନ୍ଦ ରାଜା ସାର୍ ବାସୁଦେବ ସୁଢ଼ଳଦେବ,
ମାର୍କଣ୍ଡେଶ୍ୱର ଶତପଥି ଜଳନ୍ଧର ଦେବ,
ଦିଲୀପ କୁମାର ଗୁରୁ ସଚ୍ଚିଦାନନ୍ଦ ଦେବ,
ହେମନ୍ତ କୁମାର ମହାପାତ୍ର କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର,
ସୁଧିର କୁମାର କପରଦାର ମାଳତୀ ଚୌଧୁରୀ,
ଡ଼ଃ ତନ୍ମୟୀ ମହାନ୍ତି ସୁଲୋଚନା ଦେଇ,
ଗୋଲବଦନ ବିଶ୍ୱାଳ ଗଜପତି କୃଷ୍ଣଚନ୍ଦ୍ର ଦେବ,
ନିରଞ୍ଜନ ଦ୍ୱିବେଦୀ ଆଶା କୁମାରୀ ଦେବୀ,
ପଦ୍ମିନୀ ଦାଶ ମହାପାତ୍ର ସରଳା ଦେବୀ,
ଡ଼ଃ ବିନୀତା ମହାପାତ୍ର କୁନ୍ତଳା କୁମାରୀ ସାବତ,
ଚିତ୍ତରଞ୍ଜନ ଦାସ ସ୍ୱଭାବ କବି ଗଙ୍ଗାଧର ମେହେର ଓ
ପ୍ରାଣବନ୍ଧୁ ଘୋଡେଇ ମଧୁସୂଦନ ଦାସଙ୍କ ଉପରେ ଆଲୋଚନା କରିଥିଲେ।
ଶେଷରେ, ଓଡ଼ିଆ ପକ୍ଷ ପାଳନ ଅବସରରେ ଆୟୋଜିତ ସାହିତ୍ୟିକ ସମାବେଶରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମକୁ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଚିତ୍ତରଞ୍ଜନ ଦାସ ସଂଯୋଜନା କରିଥିବା ବେଳେ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମନୋରଞ୍ଜନ ସୂତାର ଧନ୍ୟବାଦ ଜ୍ଞାପନ କରିଥିଲେ।
