
ନେରେଡି ବ୍ୟାରେଜ୍କୁ ସୁପ୍ରିମ୍କୋର୍ଟଙ୍କ ଗ୍ରୀନ୍ ସିଗ୍ନାଲ୍ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍ ପରେ ବିଧାୟକ ଓ ଗ୍ରାମବାସୀ ଅସନ୍ତୋଷ।
ଗଜପତି (ଟିକି ଲିମା)
ବଂଶଧାରାଦେଶର ସପକ୍ଷରେ ନଦୀ ଉପରେ ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପ କାଟ୍ରାଗଡ଼ା ଫେଜ-୨ନେରେଡ଼ି ବ୍ୟାରେଜ୍କୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ଯରେ ୩ ଦଶନ୍ଧି ଧରି ବିବାଦ ଲାଗି ରହିଥ୍ଲା । ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଧ୍ର ସପକ୍ଷୟରେ ରାୟ ଶୁଣାଇଥିବା ନେଇ ପଡୋଶୀ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ସାଂସଦ ରାମ ମୋହନ ନାଇଡୁ ଏକ ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଛାଡ଼ିଥିବା ବେଳେ ଏହା ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଯାହାକୁ ନେଇ ଗଜପତି ଜିଲ୍ଲାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭକରି ରାଜନୈତିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି | ଆଜି ବିଧାୟକ ରୂପେସ ପାଣିଗ୍ରାହୀ କାଶୀନଗର ବ୍ଲକ ସାରା ଗ୍ରାମ ଋଷିକୂଲ୍ୟା ନଦୀ ନିକଟ ରେ ପହଞ୍ଚି ସ୍ଥାନୀୟ ଲୋକ ତଥା ବଂଶଧାରା ସୁରକ୍ଷା ମଞ୍ଚ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ .ଅଧିକାଂଶ ଚାଷୀ ହୋଇଥିବାରୁ , ସମସ୍ତେ ସଂକଳ୍ପ ନେଇ କହିଛନ୍ତି କି ଜୀବନ ଚାଲିଗଲେ ମଧ୍ୟ ଆନ୍ଧ୍ର କୁ ଇଞ୍ଚେ ଜମି ମଧ୍ୟ ଦେବୁନାହିଁ ବୋଲି ଜଣାଇଛନ୍ତି, ବଂଶିଧାରା ସୁରକ୍ଷା କମିଟି ଜଣାଇଛନ୍ତି କି ଆମ ରାଜ୍ୟ ସରକାର ଯଦି ଓଡ଼ିଶା ରେ ଉପର ମୁଣ୍ଡରେ ଯଦି ବନ୍ଧ ଯଦି ବନ୍ଧାଯାଏ ତାହେଲେ ଓଡ଼ିଶା ଚାଷୀ ଙ୍କ ବହୁ ସୁବିଧା ହେବ ବୋଲି ଜଣାଇଛନ୍ତି ,ଯଦି ଆମ ଗୁହାରି ଶୁଣିବେ ନାହିଁ ଆମେ ନିଶ୍ଚିତ ରାଜରାସ୍ତାକୁ ଉଲ୍ଲାଇବୁ ବୋଲି ବଂଶୀଧାରା ସୁରକ୍ଷା କମିଟି ଜଣାଇଛନ୍ତି, ଗତ ତିନି ଦଶନ୍ଧି ଧରି ଏହି ବିବାଦ ଲାଗି ରହିଥିବା ବେଳେ ଇତି ମଧ୍ୟରେ ତିନି ଥର ସୁପ୍ରିମକୋର୍ଟର ଟ୍ରିବ୍ୟୁନାଲ୍ ଟିମ୍ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ଅନୁଧ୍ୟାନ କରି ଯାଇଛନ୍ତି । ତେବେ ଓଡ଼ିଶା ସରକାରଙ୍କ ତରଫରୁ ଚୁକ୍ତି ଦିଆଯାଇଥିଲା ଯଦି ଆନ୍ଧ୍ରର କାଟ୍ରାଗଡ଼ା ନିକଟ ନେରେଡି ବ୍ୟାରେଜ ନିର୍ମାଣ ହୁଏ ତେବେ ରାୟଗଡ଼ା ଜିଲ୍ଲାର ଗୁଣୁପୁର ସବ୍ ଡିଭିଜନ ସହ କାଶୀନଗର ବ୍ଲକର ୭ ଗୋଟି ଗ୍ରାମ ସମ୍ପୂର୍ଣ ରୂପେ ବିସ୍ଥାପିତ ହେବ | ସେପଟେ ତଳି ଅଞ୍ଚଳରେ ଥିବା କାଶୀନଗର ବ୍ଲକ ସଦରମହକୁମା ଓ
ଆଖପାଖ ସମସ୍ତ ଅଞ୍ଚଳରେ ସମ୍ପୂର୍ଣ୍ଣ ଜଳ ଅଭାବ ଦେଖାଯିବ। ଏଭଳିସ୍ଥଳେ ସୁପ୍ରିମକୋର୍ଟ ଆନ୍ଧ୍ର ସପକ୍ଷରେ ରାୟ ଦେଇଥିବା ଏବଂ ଏହି ରାୟକୁ ନେଇ କେନ୍ଦ୍ର ସରକାରଙ୍କ ଜଣେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ରାମମୋ ମୋହନ ନାଇଡୁଙ୍କ ସୋସିଆଲ୍ ମିଡିଆରେ ଆସିଥିବା ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। । ସ୍ଥାନୀୟ ଅଞ୍ଚଳ ରେ ବର୍ତ୍ତମାନ ଏଭଳି ଭିଡିଓକୁ ନେଇ ଜୋରସୋରରେ ଚର୍ଚ୍ଚା ଓ ଅସନ୍ତୋଷ ଆରମ୍ଭ ହେଲାଣି।ତେବେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କ ଭିଡିଓ ପ୍ରକାରେ, ବର୍ତ୍ତମାନ ସୁପ୍ରିମକୋର୍ଟ କାଟ୍ରାଗଡ଼ା ଫେଜ-୨ ବ୍ୟାରେଜ ନିର୍ମାଣ ଉପରେ ଆନ୍ଧ୍ର ସପକ୍ଷରେ ରାୟ ଦେଇଛନ୍ତି ଯାହାକୁ କେନ୍ଦ୍ର ଜଳ ଆୟୋଗ ମଧ୍ଯ ଗ୍ରୀନ ସଗ୍ନାଲ ଦେଇ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ମିଳିଛି। ବ୍ୟାରେଜରେ ସଂଗୃହୀତ ହେବାକୁ ଥିବା । ୧୧୫ ଟିଏମ୍ସି ଜଳକୁ ୫୦ ପ୍ରତିଶତ ଜଳ ଆନ୍ଧ୍ର ବ୍ୟବହାର କରିବ ଓ ୫୦ ପ୍ରତିଶତ ଜଳ ଓଡ଼ିଶା ବିନିଯୋଗ ହେବ | ଏଭଳି ରାୟ ସାମାଜିକ ଗଣମାଧ୍ଯମରେ ଚର୍ଚ୍ଚାର ଶିରୋନାମା ପାଲଟିଥିବା ବେଳେ ସ୍ଥାନୀୟ ଜଳ ସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା ହେଲା ବର୍ତ୍ତମାନ ନ ପର୍ଯ୍ୟନ୍ତ କେନ୍ଦ୍ର ଜଳ ଆୟୋଗ କିମ୍ବା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତରଫରୁ ପ୍ରକାଶିତ ରାୟର କୌଣସି ତଥ୍ୟ ବିଭାଗର ହସ୍ତଗତ ହୋଇନାହିଁ।
