
ବଡ଼ଗୁଡ଼ା ଗ୍ରାମ ବିକାଶ ପାଇଁ ନିଷ୍ପତି ନେଲେ ବିଧାୟକ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡଗୁଡ଼ା ଗ୍ରାମ ଗ୍ରସ୍ତ କଲେ ବିଧାୟକ ରୁପେଶ ପାଣିଗ୍ରାହୀ, କିଛିଦିନ ତଳେ ବଡଗୁଡ଼ା ଗ୍ରାମ ର ସମସ୍ତ ଅଧିବାସୀ ଏକତ୍ର କୋଇ ନିଜସ୍ଵ ଇଚ୍ଛା ରେ ଆଜି ବିଧାୟକ ଙ୍କ କାର୍ଯ୍ୟାଳୟ ଠାରେ ବିଜେଡ଼ି ରେ ସାମିଲ ହୋଇଥିଲେ , ସେଇଦିନ ହିଁ ବିଧାୟକ ଗ୍ରାମ ବାସି ଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ କି ବଡ଼ଗୁଡ଼ା ଗ୍ରାମ ର ବିକାଶ ଦାୟିତ୍ଵ ନିଜେ ନେଇ ସମସ୍ତ କାର୍ଯ୍ୟ କରିବେ ବୋଲି କହିଥିଲେ, ସେଇ ପ୍ରତିଶ୍ରୁତି ନେଇ ଆଜି ବିଧାୟକ ସେଇ ଗ୍ରାମ କୁ ଗ୍ରସ୍ତ କରିଥିଲେ , ଶତାଧିକ ଗ୍ରାମ ବାସି ବିଧାୟକ ଙ୍କୁ ଗାଁ ମୁଁହ ଠାରୁ ଭବ୍ୟ ସ୍ଵାଗତ ଜଣାଇ ଗାଁ ରେ ଥିବା ଚର୍ଚ୍ଚ କୁ ସୋସମ୍ମାନ ପାଛୋଟି ନେଇଥିଲେ । ପରେ ଚର୍ଚ୍ଚ ପ୍ରାଙ୍ଗଣ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା, ବିଧାୟକ ସେଇ ସଭା ରେ ତାଙ୍କ ଅଭିଭାଷଣ ମାଧ୍ୟମରେ କୋହିଥିଲେକି ଗ୍ରାମ ମୁଁହ ପାହାଡ ଶିଖର ରେ ନିର୍ମାଣ ହେଉଥିବା ପ୍ରଭୁ ଯିଶୁ ଙ୍କ ପ୍ରତିମୂର୍ତ୍ତି ଓ ଚର୍ଚ୍ଚ ନିର୍ମାଣ ପାଇଁ ପ୍ରଥମେ 3ଲକ୍ଷ ଟଙ୍କା ଦେବେ ବଲି ପ୍ରତିଶ୍ରୁତି ଦେଇଛନ୍ତି, ଆଗାମୀ ଦିନ ରେ ଗ୍ରାମ ର ଉନ୍ନତି ପାଇଁ ଯାହାବି ଦରକାର ପଡିବ ମୁ ନିଶ୍ଚିତ ସହୋଜୋଗ କରିବି ବଲି ବିଧାୟକ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ସରପଞ୍ଚ ଅଖିଳ ପାତ୍ର, ବିଜେଡି ଯୁବ ସଭାପତି ସିମଦ୍ରି ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
