*ପ୍ରଧାନମନ୍ତ୍ରୀ ଙ୍କ ବିକଶିତ ଭାରତ -2047 ଲକ୍ଷ ପାଇଁ ଗ୍ରାମୀଣ ଅର୍ଥନୀତି ର ବିକାଶ ଜରୁରୀ -ରୁଦ୍ର ପାଣି*
ତାଳଚେର :ତା 11/4/2026:
ତାଳଚେର ସାଉଥ ବଲଣ୍ଡI ସ୍ଥିତ ନୀଳକଣ୍ଠେଶ୍ଵର ଡ଼ିଗ୍ରୀ ମହାବିଦ୍ୟାଳୟରେ ବିକଶିତ ଭାରତ ୨୦୪୭ ମସିହା ଲକ୍ଷ ପୂରଣରେ ଗ୍ରାମୀଣ ଭାରତ ବିକାଶ ତଥା ଗ୍ରାମୀଣ ରୋଜଗାର ଉପରେ ଏକ ଜାତୀୟ ସ୍ତରୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି I ଏହି ସେମିନାର କୁ ଢେଙ୍କାନାଳ ର ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ର ସ୍ବପ୍ନ ବିକଶିତ ଭାରତ ୨୦୪୭ ପୂରଣ ପାଇଁ ଗ୍ରାମୀଣ ଅର୍ଥନୀତିର ସମୃଦ୍ଧତା ଉପରେ କାର୍ଯ୍ୟ ତଥା ଗବେଷଣା ପାଇଁ ଛାତ୍ରଛାତ୍ରୀ ତଥା ଗବେଷକ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ I ଅନୁଗୋଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ସନ୍ତୋଷ କୁମାର ପ୍ରଧାନ ସେମିନାରର ଫଳାଫଳକୁ ସଠିକ ଉପଯୋଗ ସହିତ ଯୋଜନାରେ ରୂପାନ୍ତରିତ ପାଇଁ ପରାମର୍ଶ ଦେଇଥିଲେ I ଭୁବନେଶ୍ୱର ଆଇ ଆଇଟିର ପ୍ରଫେସର ଦୁଃଖବନ୍ଧୁ ସାହୁ ଗ୍ରାମୀଣ ଅର୍ଥନୀତି ଉପରେ ନିଜର ମତାମତ ପ୍ରଦାନ କରିଥିଲେ I ସିଲଙ୍ଗସ୍ଥିତ ନେହୁର ପ୍ରଫେସର ବିଶ୍ୱମ୍ବର ମିଶ୍ର ମୁଖ୍ୟବକ୍ତା ଭାବରେ ବିକଶିତ ଭାରତ ଗଠନ ପାଇଁ ସୁଚିନ୍ତିତ ମତ ପ୍ରଦାନ କରିଥିଲେ I ଅନୁଷ୍ଠାନର ଅଧ୍ୟକ୍ଷ ଡ଼ ବଳଭଦ୍ର ଜେନା ଙ୍କ ପୋୖରୋହିତ୍ୟରେ ଅନୁଷ୍ଠିତ ସଭାରେ ରିସର୍ଚ୍ଚ ଫୋରମ ଇଣ୍ଡିଆର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ଼ ସୁଶୀଲ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ I ଅଧ୍ୟାପକ ଲଲାଟେନ୍ଦୁ ଗଡ଼ନାୟକ ଏବଂ ଅଧ୍ୟାପକ ସୁମନ୍ତ ମାଝୀ , ଅଧ୍ୟାପିକା ଶୁଭଦର୍ଶିନୀ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ I ସାରାଦେଶରୁ ୮୧ ଜଣ ଗବେଷକ ନିଜର ସନ୍ଦର୍ପ ପାଠ କରିଥିଲେ I ଅପରାହ୍ନରେ ଉଦଯାପନୀ ଉତ୍ସବରେ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା ରାଜ୍ୟ ତଥା ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ବହୁ ଅଧ୍ୟାପକ ଓ ପ୍ରାଧ୍ୟାପକ ଯୋଗ ଦେଇଥିଲେ |ରିପୋର୍ଟ ମନୋଜ ରାଉତ
