ନିର୍ମାଣାଧିନ ପlଣି ଟାଙ୍କି ରୁ ପଡି ଶ୍ରମିକ ମୃତ l ରଘୁନାଥପୁର(ନି.ପ୍ର): ବିରିଡ଼ି ବ୍ଲକ ଅନ୍ତର୍ଗତ କୋଶଳ ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ନିର୍ମାଣାଧୀନ ଉଚ୍ଚ ପାଣି ଟାଙ୍କି ଉପରେ କାର୍ଯ୍ୟ କରୁଥିବା ଜଣେ ଗରିବ ଶ୍ରମିକ ସମୈୟି ତିରିଆ (୩୪) ପଡି ମୃତ୍ୟୁ ବରଣ କରିଛନ୍ତି l ଘଟଣାରୁ ପ୍ରକାଶ ଯେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଶାସପୋଷି ଗ୍ରାମର କୁଶ ତିରିଆ ଙ୍କ ପୁଅ ସମୈୟି ତିରିଆ କୋଶଳ ପାଣି ଟାଙ୍କି ରେ ଆଜି କାମ କରୁଥିବା ବେଳେ ମଧ୍ୟାହ୍ନ ଏକଟା ସମୟରେ ଟାଙ୍କି ଉପରୁ ତଳ କୁ ପଡି ଯାଇଥିଲେ, ଫଳରେ ତାଙ୍କର୍ ସେଠାରେ ମୃତ୍ୟୁ ଘଟି ଥିଲା । ସ୍ତାନୀୟ ଲୋକମାନେ ତାଙ୍କୁ ରଘୁନାଥପୁର ମେଡିକାଲ କୁ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷାଣl କରିଥିଲେ । ବର୍ତ୍ତମାନ ଏଠାରେ ପ୍ରଶ୍ନ ଉଠେ ଯେ ସରକାର ପ୍ରବଳ ରୌଦ୍ର ତlପ ପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ଦିନ ୧୧ ଟା ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏଠାରେ ମଧ୍ୟାହ୍ନ ସମୟରେ କାର୍ଯ୍ୟ କିଭଳି କରାଯାଉଥିଲା ତାହା ନେଇ ସାଧରଣରେ ପ୍ରଶ୍ନ ଉଠୁଛି। ସରକାରୀ କାର୍ଯ୍ୟ ହେଉଥିବା ବେଳେ ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଜନ ସାଧାରଣ ଙ୍କ ପକ୍ଷରୁ ଦାବି ହୋଇଛି।
