*ଖଡିଆଳ ବ୍ଲକ୍ ତୁକଲା କଲେଜ ପଡ଼ିଆରେ ଯୋଗୀମଠ ଋଷିପିଠ ମହୋତ୍ସବ ୨୦୨୬ ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ, ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ରୁଦ୍ଧିମନ୍ତ କଳା ସାହିତ୍ୟ ସଂସ୍କୃତି ପରମ୍ପରା ଓ ସାଂସ୍କୃତିକ ଜାଗରଣ ଅଟେ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୦.୦୪.
ନୂଆପଡ଼ା ଜିଲ୍ଲାରେ ଅନନ୍ୟ ସଂସ୍କୃତି, ଭିନ୍ନ ତାର ପରମ୍ପରା ଏବଂ ମହୋତ୍ସବ ଏକ ଜାଗରଣ ରେ ପରିଣତ ହୋଇଅଛି। ଯୋଗୀମଠ ଋଷିପିଠ ମହୋତ୍ସବ ୨୦୨୬ ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହୋଇଯାଇଅଛି। ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରୁଦ୍ଧିମନ୍ତ କଳା ସାହିତ୍ୟ ସଂସ୍କୃତି ପରମ୍ପରା ଏକ ଜାଗରଣ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ମୁଖ୍ୟ ବକ୍ତା ରୂପେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ନିଲ ଲୋହିତ ସିଂ ଦେଓ, ଯୋଗ ଦେଇଥିଲେ। ପାଳନ କମିଟି ଉପସଭାପତି ଦିନେଶ ପ୍ରସାଦ ତିୱାରୀ ଅଧ୍ୟକ୍ଷତା କରିଥିବା ବେଳେ ୨୧୬ ବାଟାଲିୟନ କମାଣ୍ଡଡେଣ୍ଟ ଏରିକ୍ ଗିଲବର୍ଟ ଜୋଶ,ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀ,ଜିଲ୍ଲା ଆଦିବାସୀ ସଂଘ ସାଧାରଣ ସମ୍ପାଦକ ସୋମନାଥ ଖମାରୀ, ସମାଜସେବୀ ଉଗ୍ରମାଧବ୍ ମାଝୀ, ରିଷଗା ସରପଞ୍ଚ ବିରଞ୍ଚି ନାଗ ପ୍ରମୁଖ ମଞ୍ଚାସିନ ହୋଇଥିଲେ। କଳାକାରଙ୍କ ଦଳଗତ ସମ୍ବଲପୁରୀ ନୃତ୍ୟରେ ବିମୋହିତ ହେଲେ ଦର୍ଶକ।
