ରୂପସା ନୀଳମଣି ମହାବିଦ୍ୟାଳୟ ରେ ଓଡିଆ ପକ୍ଷ ପାଳନ ରକ୍ତ ଦାନ ଶିବିର।
ବସ୍ତା:-(ନି.ପ୍ର) ସେଖ ଆଜାରୁଦ୍ଦିନ
ରୂପସା ସ୍ଥିତ ନିଳମଣି ମହାବିଦ୍ଯାଳୟ ପରିସରରେ ଓଡ଼ିଆ ପକ୍ଷ ପାଳନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇ ଅଛି। ଏପ୍ରିଲ ୧ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଉତ୍କଳ ଦିବସ, ଗଣ ଦୌଡ, ପରିସ୍କାର ପରିଛନ୍ନତା, ପରିବେଶ ସୁରକ୍ଷା, ଓଡ଼ିଆରେ ଲିଖନ ଅଭିଯାନ, ରକ୍ତ ଦାନ ଶିବିର, ଆସ ବହିଟିଏ କିଣିବା, ରୁଚିପୂର୍ଣ୍ଣ ଓଡ଼ିଆ ଖାଦ୍ୟ, ଓଡ଼ିଆ ଭାଷାର ମହୋନୀୟତା ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଓଡ଼ିଆ ପକ୍ଷ ର ବିଶେଷ କାର୍ଯ୍ୟକ୍ରମ ରକ୍ତଦାନ ମହାପୂଣ୍ୟ ୮ ତାରିଖ ଗୁରୁବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୀଳମଣି ମହାବିଦ୍ୟାଳୟ ଓ ପୁରାତନ ଛାତ୍ର ସଂସଦ ମିଳିତ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପୁରାତନ ଛାତ୍ର ସଂସଦର ମାନ୍ୟବର ସଭାପତି ଜୟନ୍ତ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ ଉଦଘାଟନ କରିଥିବା ବେଳେ ସମାଜସେବି ଶ୍ରୀଧର ବେହେରା ମୁଖ୍ୟବକ୍ତା ଭାବରେ ରକ୍ତଦାନ ମହାଦାନ ଓଡ଼ିଶାରେ ରକ୍ତ ବିନା କେହି ମରିପାରିବେ ନାହିଁ ବୋଲି ସେ ମନ୍ତବ୍ୟ ରଖିଥିଲେ। ଛାତ୍ର ଛାତ୍ରୀ ଓ ସ୍ଵେଛାସେବି ମାନେ ରକ୍ତଦାନ କରିଥିଲେ। ଓଡ଼ିଆ ପକ୍ଷ କମିଟି ର ସଂଯୋଜିକା କଳ୍ପନା ମଞ୍ଜରୀ ପାତ୍ର, ଅଧ୍ୟାପିକା ପିନାକ୍ଷୀ ପଣ୍ଡା, ବାସନ୍ତୀ ସାହୁ, ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ଲାଖିରାମ ହାଁସଦା, ଭରତ ଦଳେଇ, ରଜତ ସେନାପତି, ରୁବିରାଣୀ ଦାସ, ଜୟନ୍ତ ମଲ୍ଲିକ, ନିରଞ୍ଜନ ମହାଳିକ, ଆଲୋକ ରଞ୍ଜନ ଦାସ, ସୂର୍ଯ୍ୟମଣୀ ନାୟକ, ଡ଼ ଶାନ୍ତନୁ ଜେନା, ଶ୍ରବଣ ନାୟକ, ଅମୀୟ ରଞ୍ଜନ ବେହେରା, ସତ୍ୟ ହାତୀ, ସତେନ୍ଦ୍ର ପାଲ, ବିଜୟ ବେହେରା ପ୍ରମୁଖ ରକ୍ତ ଦାନର ମହତ୍ୱ ପ୍ରଦାନ କରିଥିଲେ। ଛାତ୍ରୀ ସ୍ମୃତି ସାଗରିକା, ଶ୍ରଦ୍ଧା, ସ୍ମାଇଲ, ସୁଭଦ୍ରା, ପ୍ରିୟଦର୍ଶିନୀ, ରିଙ୍କି ମାଈତି, ଆଦିଶ୍ମିତା ପ୍ରମୁଖ ରକ୍ତ ଦାନ ଶିବିରର ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ।
