ପୌର ପରିଷଦ କାଉନସିଲିଂ ବୈଠକ ରେ ବିଧାୟକଙ୍କ ଯୋଗଦାନ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରା ପରିଷଦ ସାଧାରଣ ବୈଠକ ତଥା ବାର୍ଷିକ ଆର୍ଥିକ ଅଧିବେଶନ ଅଧ୍ୟକ୍ଷା ନିର୍ମଳା ସେଠୀ ଙ୍କ ନେତୃତ୍ଵ ରେ ଅନୁଷ୍ଟିତ ହୋଇଯାଇଛି । ସର୍ବ ପୁରାତନ ପୌର ପରିଷଦ ପାରଳା ସହର , ଯେତିକି ବିକାଶ ହେବା କଥା ସେଇ ପରିମାଣ ରେ ହୋଇନାହିଁ , ସେନେଇ ବିଧାୟକ ରୁପେଶ ପାଣିଗ୍ରାହୀ ସମସ୍ତ ସଭ୍ୟସଭ୍ୟା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରିଥିଲେ କି ସମସ୍ତ ଉନ୍ନତମାନ କାର୍ଯ୍ୟ କରିବା ପାଇଁ । ମୁଖ୍ୟତଃ ରାସ୍ତା, ନାଳ, ପିଇବା ପାଣି, ସ୍ବାସ୍ଥ୍ୟ ଉପରେ ଆଲଚନା ହୋଇଥିଲା , ବିଗତ ବୈଠକ ର ବିବରଣୀ ପାଠ କରିବା ସହ 2025 ମସିହା ର ଆର୍ଥିକ ବିବରଣୀ ଉପସ୍ଥାପନା କରାଯାଇଥିଲା ।ଏଇ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର ଉପାଧ୍ୟକ୍ଷ ଲେଙ୍କା ମଧୁ, ସାଂସଦ ପ୍ରତିନିଧି ଆଦର୍ଶ ଦାସ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।
