ଅଷ୍ଟମ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
ସୋର (ଜ୍ୟୋତିପ୍ରକାଶ, ଦିକ୍ଷୀତ, ନିପ୍ର, ଭଞ୍ଜଦୂତ)::: ବାଲେଶ୍ୱର ଜିଲ୍ଲା ସୋର ଥାନା ସାଜନପୁର ପଞ୍ଚାୟତ ଶିରାପୁର ଗ୍ରାମରେ ଥିବା ମା ବଳୀ ବାସୁଳୀ ନିକଟରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶିରାପୁର ଖେଡେଇ ପୋଖରୀ ରୁ ଘଟ ଉତ୍ତୋଳନ ପରେ ସଂଙ୍କିର୍ତ୍ତନ ଆରମ୍ଭ ହୋଇଥିଲା। ଶରତ ଯେନା , କମିତା ଯେନା , ମଞ୍ଜୁଲତା ଯେନା, ସସ୍ମିତା ଯେନା , ଅମିତା ଯେନା,ଶାନ୍ତି ଯେନା , ହେମନ୍ତ ଯେନା , ସସ୍ମିତା ଯେନା, ରେଣୁକା ଯେନା , ମନୋରମା ଯେନା, ସିତା ଯେନା ପ୍ରମୁଖ ବ୍ରତଧାରୀମାନେ ଏହି ଅଷ୍ଟମ ପ୍ରହରୀ ନାମଯଜ୍ଞ ରେ କଳସ ବୁଡ଼ାଇ ଥିଲେ। ବିଶ୍ଵଶାନ୍ତି ତଥା ଜଗତର ମଙ୍ଗଳ କାମନା କରି ମହାସମାରୋହରେ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଗତ ଅପ୍ରେଲ ୮ ତାରିଖ ବୁଧବାର ଠାରୁ ଶୁଭ ଅଧିବାସ ସହିତ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ପରେ ମନ୍ତ୍ର ଧ୍ୱନି ଓ ହରିବୋଲ ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା। ପାଣୁଧର ବାରିକ ଙ୍କ ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା “ହରେ କୃଷ୍ଣ ହରେ ରାମ” ମହାମନ୍ତ୍ର ପରିବେଷଣ କରାଯାଇଥିଲା। ଦୁଇଦିନ ଧରି ଶହଶହ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିଥିଲେ। ଦନା ପାତ୍ର , ଶତ୍ରୁଘ୍ନ ଯେନା , ମିନକେତନ ଯେନା ,ମାନସ ଯେନା , ସତ୍ୟରଞ୍ଜନ ଯେନା ,ଦିନବନ୍ଧୁ ଯେନା , ଅନିଲ୍ ଯେନା , ରାକେଶ ଯେନା ପ୍ରମୁଖ ସହଯୋଗ କରିଥିଲେ ।
