ମରୁଆବିଲି ସେବାଶ୍ରମରେ ବିଶ୍ବ ସ୍ଥାସ୍ଥ୍ୟ ଦିବସ ପାଳନ
ସୁସ୍ଥ ଶରୀର ଓ ସୁସ୍ଥ ମନ ହିଁ ପ୍ରକୃତ ସମ୍ପଦ-ବାର୍ତ୍ତା ଦେଲେ ଡାକ୍ତରୀ ଟିମ୍
(ଧର୍ମାନନ୍ଦ ସେଠି ଙ୍କ ଖବର )
ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ ଅଧୀନ ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏପ୍ରିଲ 7 ତାରିଖରେ ବିଶ୍ବ ସ୍ବାସ୍ଥ୍ୟଦିବସ ପାଳନ ହୋଇଯାଇଛି । ଏହି ଅବସରରେ କଙ୍କଡାହାଡ ବ୍ଲକର ମରୁଆବିଲି ପଞ୍ଚାୟତରେ ଥିବା ମରୁଆବିଲି ସେବାଶ୍ରମରେ ବିଶ୍ବ ସ୍ଥ୍ୟାସ୍ଥ୍ୟ ଦିବସ ପାଳନ ହୋଇଯାଇଅଛି । ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ସେବାଶ୍ରମକୁ ଗସ୍ତ କରିଥିଲେ । ଡାକ୍ତର ଅଜିତ କୁମାର ସାହୁ ଙ୍କ ନେତୃତ୍ବରେ ଆରବିଏସକେ ଟିମ୍ ରେ ଡାକ୍ତର ବିଜୟାଲକ୍ଷ୍ମୀ ସାହୁ, ମରୁଆବିଲି ସେକ୍ଟରର ସିଏଚଓଙ୍କ ନେଇ ଟିମ୍ ସେବାଶ୍ରମର ସମସ୍ତ ଛାତ୍ରଛାତ୍ରୀଙ୍କୁ କିପରି ସନ୍ତୁଳିତ ଖାଦ୍ୟ ଗ୍ରହଣ, ବାୟାମ , ସ୍ବଚ୍ଛତା ରକ୍ଷା ବଳରେ ସୁସ୍ଥ ଜୀବନ ଯାପନ କରିବେ, କିପରି ଜୀବନ ଚର୍ଯ୍ୟା ଓ ଖାଦ୍ୟ ପେୟ, ବଳରେ ନିଜେ ସୁସ୍ଥ ରହିପାରିବେ, ସେ ଦିଗରେ ପରାମର୍ଶ ଦେଇଥିଲେ । ହାତ କିପରି ଧୋଇବେ, କିପରି ପ୍ରତ୍ୟକ ଦିନ ଖାଇବା ପୂର୍ବରୁ ସ୍ବଚ୍ଛତା ରକ୍ଷା କରିବେ, ପାନୀୟ ଜଳ ପିଇବା ପୂର୍ବରୁ କିପରି ଜଳପାତ୍ର ଶୋଧ କରିବେ, ଖାଇବା ପରେ କେତେ ସମୟ ବ୍ୟବଧାନରେ ଜଳ ଗ୍ରହଣ କରିବେ, ସବୁ ଦିଗରେ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଟିମ୍ ପରାମର୍ଶ ଦେଇଥିଲେ । ସୁସ୍ଥ ଶରୀର ଏବଂ ସୁସ୍ଥ ମନ ହିଁ ପ୍ରକୃତ ସମ୍ପଦ- ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ବର ସମସ୍ତ ନାଗରିକଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ଏହି ଦିବସରେ ସୁସ୍ଥ ଶରୀର ନେଇ ସମସ୍ତ ଛାତ୍ରଛାତ୍ରୀ ସଂକଳ୍ପ ନେଇଛନ୍ତି । କୋରୋନା ପରି ମହାମାରୀ ସମୟ ପରେ ପରେ ଏହି ଦିବସ ପାଳନର ଗୁରୁତ୍ବ ଅଧିକ ବଢିଯାଇଛି । ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ରହିଲେ, ଆମେ ସମସ୍ତେ ସୁସ୍ଥ ରହିଲେ ସମାଜର ଉନ୍ନତିରେ ସହାୟକ ହୋଇପାରିବା, ଏହା ସୁସ୍ଥ ରାଜ୍ୟ ଏବଂ ସୁସ୍ଥ ଦେଶ ଗଠନ କରିପାରିବା । ବିଶ୍ବ ସ୍ବାସ୍ଥ୍ୟ ଦିବସରେ ଏହି ବାର୍ତ୍ତା ସମସ୍ତ ଛାତ୍ରଛାତ୍ରୀଙ୍କୁ ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍ ପ୍ରଦାନ କରିଛନ୍ତି । ମରୁଆବିଲି ସେବାଶ୍ରମର ପ୍ରଧାନଶିକ୍ଷକ ନରେନ୍ଦ୍ର କୁଣ୍ଡୁ ଏବଂ ଅନ୍ୟ ଶିକ୍ଷକ-ଶିକ୍ଷୟତ୍ରୀ ଡାକ୍ତରୀ ଟିମକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
